ଘଟଗାଁ ବିଦ୍ୟୁତ୍ ମିଟର୍ ରିଡର୍ ମାନଙ୍କ ଉପରେ ମନମୁଖି ଶାସନ କରୁଛି ଆକାଂକ୍ଷା ଏଜେନ୍ସି

କେନ୍ଦୁଝର ଘଟଗାଁ ବିଦ୍ୟୁତ୍ ବିଭାଗରେ ମିଟର୍ ରିଡରଙ୍କ ଉପରେ ମନମୁଖି ଶାସନ କରୁଛି TPNODLଅଧିନରେ ଥିବା ଆକାଂକ୍ଷା ଏଜେନ୍ସି । ଦରମାରେ ହେରଫେର୍ କରୁଥିବା ଅଭିଯୋଗ ଆଣିଛନ୍ତି ଘଟଗାଁ ବିଦ୍ୟୁତ୍ ବିଭାଗ ଅଧିନରେ ଥିବା ୨୫ ରୁ ଉର୍ଦ୍ଧ୍ବ ମିଟର୍ ରିଡର୍ କର୍ମଚାରୀ । ତା ସହିତ୍ ଏନେଇ ଧାରଣାରେ ମଧ୍ୟ ବସିଥିଲେ । କିନ୍ତୁ ତାଙ୍କ କଥା କୌଣସି ମତେ କେହି କର୍ଣ୍ଣପାତ କରିଲେ ନାହିଁ ।ମିଳିଥିବା ସୁଚନା ଅନୁସାରେ ବିଦ୍ୟୁତ୍ ବିଭାଗକୁ ନେସକୋ ଠାରୁ ଟି.ପି.ସି.ଏଲ୍ ନେବା ପରେ ଘଟଗାଁ ବିଦ୍ୟୁତ୍ ବିଭାଗ ଅଧିନରେ ମିଟର ରିଡର୍ ଏବଂ ବିଲ୍ କଲେକ୍-ଟର୍ ପାଇଁ ନିଯୁକ୍ତି ବିଞାପନ ବାହାରିଥିଲା, ଯାହାର ମାସିକ ବେତନ ୧୨୦୦୦ ବୋଲି ମଧ୍ୟ ବିଞାପନରେ ଉଲ୍ଲେଖ ଥିଲା । ଯାହାଫଳରେ ଆଗ୍ରହି ବ୍ୟକ୍ତି ମାନେ ଉକ୍ତ ପୋଷ୍ଟ ପାଇଁ ଆବେଦନ କରିଥିଲେ । ଆବେଦନ କରି ନିଯୁକ୍ତି ପାଇଲେ । ସେମାନଙ୍କ ଆପୋଏଣ୍ଟମେଣ୍ଟ ଲେଟରରେ ମଧ୍ୟ ମାସିକ ବେତନ ୧୨୦୦୦ ଦିଆଯିବ ବୋଲି ଉଲ୍ଲେଖ ଅଛି । କିନ୍ତୁ ବର୍ତମାନ ୪ ରୁ ୫ ହଜାର ଦରମା ଦେଉଥିବାର ମିଟର୍ ରିଡର୍ ମାନେ ତାଙ୍କର କାମ ବନ୍ଦ କରିଦେଇଛନ୍ତି । ଏନେଇ ମିଟର ରିଡର୍ ମାନେ ଘଟଗାଁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ, କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଆସିଥିଲେ । କିନ୍ତୁ ଏମାନଙ୍କ କଥାକୁ କର୍ଣ୍ଣପାତ କରିଲେ ନାହିଁ। ଯାହାଫଳରେ ବାଧ୍ୟ ହୋଇ କାମ ବନ୍ଦ ଡାକରା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *