ଆଜି ଓଡ଼ିଶାର ବିଶିଷ୍ଟ ଭାଷାବିତ୍ ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ 91ତମ ଜୟନ୍ତୀ

ଓଡିଆ ଭାଷା ପ୍ରତିଷ୍ଠାନ ଓ ଖଗେଶ୍ୱର ମହାପାତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସଂସ୍କୃତିଭବନ ଠାରେ ଏକ ମନୋଜ୍ଞ ପରିବେଶରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ପାଳିତ ହେଲା । ମୋର ଓ ସୁନୀଲଙ୍କର ଏତେ ବର୍ଷର ସ୍ବପ୍ନ ଓ ପରିଶ୍ରମର ମାନ ସରକାର ରଖିଲେ ବୋଲି କୃତଜ୍ଞତା ଜ୍ଞାପନ କଲେ ମଞ୍ଜୁଲିତା ନାୟକ। ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କୁଦଶହଜାର ଅର୍ଥରାଶି ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ ଓ ଓଡିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ନିଜ ନିଜର ଅନୁଭବରୁ ଡକ୍ଟର ଖଗେଶ୍ବର ମହାପାତ୍ରଙ୍କର ସ୍ମୃତିଚାରଣ କରି ସଭାସ୍ଥଳକୁ ଅତ୍ୟନ୍ତ ମଧୁମୟ ଓ ଉପାଦେୟ କରି ତୋଳିଥିଲେ । ପ୍ରାରମ୍ଭରେ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ସଂଯୋଜକ ଡକ୍ଟର ଫଣିଭୂଷଣ ନନ୍ଦ ଉତ୍ସବର ଆଭିମୁଖ୍ୟ ଉପସ୍ଥାପନ କରିଥିଲ। ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଫେସର ପ୍ରସନ୍ନ କୁମାର ନାୟକ । ସେ ମୁହୂର୍ତ୍ତସବୁ ସୁନ୍ଦର ଓ ଶାଣିତ ଥିଲା । ଆଜିର ଶୁଭ ଅବସରରେ ‘ଈଶ୍ୱର ଫାଉଣ୍ଡେସନ” ଏହି ଜ୍ଞାନୀ ଗୁଣୀଜନଙ୍କ ହାତରେ ଲୋକାର୍ପିତ ହେଲା । ଅନେକ ସ୍ବପ୍ନ ତଥାପି ବାକି ଅଛି.” ଈଶ୍ୱର ଫାଉଣ୍ଡେସନ” ସ୍ବପ୍ନକୁ ପୁରା କରିବ ବୋଲି ଆଶା କରୁଛି । ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଓ କାଳିଆର କରୁଣା ଉପରେ ଭରସା ରଖିଲି ବୋଲି ମତ ରଖିଲେ ଡକ୍ଟର ଖଗେଶ୍ବର ମହାପାତ୍ରଙ୍କ ପୁତ୍ରବଧୂ ତଥା ‘ଈଶ୍ୱର’ ଦୈନିକ ଖବରକାଗଜର ସଂପାଦିକା ମଞ୍ଜୁଲିତା ନାୟକ ।

Leave a Reply

Your email address will not be published. Required fields are marked *