ସମୁଦ୍ରରେ ଭାସିଗଲେ ଦୁଇଜଣ ପର୍ଯ୍ୟଟକ
ପୁରୀ ସମୁଦ୍ରରେ ସ୍ନାନ କରିବା ସମୟରେ ଭାସିଗଲେ ଦୁଇଜଣ ପର୍ଯ୍ୟଟକ। ଗଭୀର ସମୁଦ୍ର ଭିତରକୁ ଭାସି ଯିବାରୁ ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତ ଓ ଅନ୍ୟଜଣେ ନିଖୋଜ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ ମଣ୍ଡଳ। ଓ ନିଖୋଜ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ୨୧ ବର୍ଷୀୟ ସଞ୍ଜୁ ଭଟାଚାର୍ଯ୍ୟ। ସଞ୍ଜୁ ଚକ୍ରତୀର୍ଥ ରୋଡ୍ ସ୍ଥିତ ପିଙ୍କ୍ ହାଉସ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଏହାପରେ ସ୍ଥାନୀୟ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରି ରହିଛି। ସେହିପରି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଯୁବକ ଅନୁପମ ମଣ୍ଡଳ ହୋଟେଲ୍ କାମେଲିଆ ବେଳାଭୂମି ସମ୍ମୁଖରେ ଗାଧେଉଥିବା ବେଳେ ଭାସି ଯାଇଥିଲେ। ପରେ ଖୋଜାଖୋଜି କରିବାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ପରେ ଅନୁପମଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
