ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଧରାକୋଟ:-୨୮/୧୧ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତଥା ଧରାକୋଟ ବ୍ଲକର ସାବା ପଞ୍ଚାୟତ ର ଖାରିପଲ୍ଲି ଠାରେ ନୀଳ ଜହରରେ ପରିପୂର୍ଣ୍ଣ ୨୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଉପଖଣ୍ଡ ଥାନା ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ ଓ ଛତ୍ରପୁର ର ଅବକାରି ଡିଏସ ପି ସ୍ୱାଧୀନ ସାହୁ ଙ୍କ ତତ୍ବାବଧାନରେ ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ ,ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ,ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଅଳ ଙ୍କ ସହ ଦୁଇ ପ୍ଲାଟୁନ ଫୋର୍ସ, ବନ ବିଭାଗ,ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗ ର ଏକ ମିଳିତ ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା । ଉଭୟ ଟିମ ମିଶି ଗଞ୍ଜେଇ ଗଛ କାଟି ସଫା କରିଛନ୍ତି l ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ କହିଛନ୍ତି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ ।ଆଜି ଦୁଇଟି ଟିମ ରେ ପ୍ରାୟ ୧୦ ଘଣ୍ଟ ଧରି ଏହି ଅଭିଯାନ ଚାଲିଥିଲା l ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏହି ଗଂଜେଇ ଗଛ ନଷ୍ଟ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଉପଖଣ୍ଡ ଅରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *