ଖାଦ୍ୟ ପଦାର୍ଥ ବାହାରେ ନ ଫିଙ୍ଗିବାକୁ ଅନୁରୋଧ।
ପୁରୀ , ବିମାନ ଉଡାଣରେ ପକ୍ଷୀ ମାନେ ଅନେକ ସମୟରେ ବାଧକ ସାଜିଥାନ୍ତି।ପୁରୀ ରେ ଡିସେମ୍ବର ୪ ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସ ରେ ଏୟାର ସୋ ଅନୁଷ୍ଠିତ ହେବ।ଏଥିରେ ଆକାଶ ମାର୍ଗରେ ବିଭିନ୍ନ କୌଶଳ ପ୍ରଦର୍ଶନ ର ବ୍ୟବସ୍ଥା ରହିଛି।ଏହି ସମୟରେ ସଂପୃକ୍ତ ଅଂଚଳରେ ପକ୍ଷୀ ମାନେ ଉଡିବା ଦ୍ୱାରା ବିମାନ ଗୁଡିକ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।ଏଣୁ ପ୍ରଶାସନ ଓ ନୌସେନା ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେପରି ସେମାନେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ସେମାନଙ୍କ ର ଛାତ ଉପରେ କିମ୍ବା ଗଳିକନ୍ଦିରେ ଏୟାର ସୋ କାର୍ଯ୍ୟକ୍ରମ ଶେଷ ଅର୍ଥାତ ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପକାଇବେ ନାହିଁ।ଯାହା ଫଳରେ ପକ୍ଷୀ ମାନେ ଖାଦ୍ୟ ଆକର୍ଷଣ ରେ ଆସିବେ ନାହିଁ।ବ୍ଲୁ ଫ୍ଲାଗ ବିଚ ଠାରେ ନୌସେନା ଦିବସ ବା ନାଭି ଡେ ପାଳନ ଅବସରରେ ନୌସେନା ର ଯୁଦ୍ଧ ଜାହାଜ ଗୁଡିକ ମଧ୍ୟ ସେମାନଙ୍କ ସାମରିକ କୌଶଳ ପ୍ରଦର୍ଶନ କରିବେ ।ନୌସେନା ର ଅଭ୍ୟାସ କାର୍ଯ୍ୟକ୍ରମ ବ୍ଲୁ ଫ୍ଲାଗ ବିଚ ଠାରେ ଆରମ୍ଭ ହୋଇ ଯାଇଥିବାରୁ ପ୍ରଶାସନ ପକ୍ଷରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।ନୌସେନା ର ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମ କୁ ଜନସାଧାରଣ ପେଣ୍ଠକଟା ସମୁଦ୍ର କୂଳ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଉପସ୍ଥିତ ରହି ଉପେଭାଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁେରାଧ କରାଯାଇଛି।
