ଶିକ୍ଷକ ବଦଳି କୁ ବିଦ୍ୟାଳୟରେ ପାଠପଢା ବନ୍ଦ
ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନଆଙ୍କର- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଚଟୁଆ ବିଦ୍ୟାଳୟରେ ଜନୈକ ଶିକ୍ଷକ ଙ୍କୁ ଅନ୍ୟତ୍ର ବିଦ୍ୟାଳୟ କୁ ବଦଳି କରାଯାଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବା ସହିତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶିକ୍ଷକ ବଦଳିକୁ ବାତିଲ କରିବା ସହିତ ଯେଭଳି ପାଠପଢ଼ା ରେ କୋଣସି ଅସୁବିଧା ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅବିଭାବକ ମାନେ ଅନୁରୋଧ କରିଛନ୍ତି ।
