ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦର ଦ୍ୱିତୀୟ ସାହିତ୍ୟ ଆସର ।
ଶ୍ରୀକ୍ଷେତ୍ର ପୁରୀର ନବନିର୍ମିତ ସାହିତ୍ୟ ଅନୁଷ୍ଠାନ (ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ)ର ଦୁଇମାସିକ ଦ୍ୱିତୀୟ ସାହିତ୍ୟ ଆସର ତା..୨୮..୧୧..୨୦୨୪ରିଖ ଗୁରୁବାର ସମୟ ଅପରାହ୍ନ ପାଞ୍ଚଘଟିକା (୫ଘଟିକା )ସମୟରେ ଭକ୍ତ ସାଲବେଗ ସ୍ମୃତି ମନ୍ଦିରର ସଭାଗୃହରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସମ୍ମାନନୀୟା ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରକୁ ଉଦ୍ ଘାଟନ କରିଥିଲେ ବରିଷ୍ଠ କବୟିତ୍ରୀ ଶ୍ରୀମତୀ ସତ୍ୟଭାମା ପ୍ରଧାନୀ। ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଶ୍ରୀମତୀ ପ୍ରମୋଦା ଦେବୀ , ମୁଖ୍ୟ ବକ୍ତା ଭାବରେ କବୟିତ୍ରୀ ଡାକ୍ତର ରାନୁ ମିଶ୍ର , ଓ ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଶୈଳବାଳା ମହାପାତ୍ର ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ପଦ ପଙ୍କଜରେ ଉପସ୍ଥିତ ସାରସ୍ୱତ ସ୍ରଷ୍ଟାଗଣ ଭକ୍ତି ନୈବେଦ୍ୟ ଅର୍ପଣ କରିବା ଅବସରରେ କଣ୍ଠଶିଳ୍ପୀ ଶ୍ରୀମତୀ କମଳିନୀ ପାଣିଗ୍ରାହୀ ମଙ୍ଗଳଗୀତିକା ପାଠ କରିଥିଲେ । ଏହି ମହାର୍ଘ ଅବସରରେ ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଏବଂ ଅନୁଷ୍ଠାନର ଲକ୍ଷ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇ କହିଥିଲେ ଯେ ଆମ ପୁରୀରେ ଅନେକ ସାହିତ୍ୟ ଅନୁଷ୍ଠାନ ଅଛି କିନ୍ତୁ ଲେଖିକା ମାନଙ୍କ ନଜସ୍ୱ ଅନୁଷ୍ଠାନ ନାହିଁ, ଏଣୁ ଆମର ନିଜସ୍ୱ ସାହିତ୍ୟ ଅନୁଷ୍ଠାନ ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦକୁ ଆମର ଅନୁଷ୍ଠାନ ଭାବି ଶ୍ରୀକ୍ଷେତ୍ରର ପ୍ରତ୍ୟେକ ଲେଖିକା ଭଉଣୀମାନେ ହାତରେ ହାତ ମିଳାଇ ଅନୁଷ୍ଠାନକୁ ଆଗକୁ ନେବା ଆବଶ୍ୟକ । କାରଣ ନାରୀ ଚାହିଁଲେ ଅସୁନ୍ଦରକୁ ସୌନ୍ଦର୍ଯ୍ୟରେ ପରିଣତ କରିଦେଇପାରେ । ପରେ ପରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ଶ୍ରୀମତୀ ପ୍ରମୋଦା ଦେବୀ ତାଙ୍କ ଅଭିଭାଷଣରେ କହିଥିଲେ ଆମେ ଏହି ଲେଖିକା ଅନୁଷ୍ଠାନକୁ ନିଜର ଭାବି ଚଳାଇବା ଆବଶ୍ୟକ। ସେଥିପାଇଁ ସମସ୍ତଙ୍କର ଏକ ମନ ହେବା ଦରକାର । କାରଣ ଅନୁଷ୍ଠାନ ବଞ୍ଚିଲେ ଭାଷା ବଞ୍ଚିବ , ଭାଷା ବଞ୍ଚିଲେ ଜାତି ବଞ୍ଚିବ । ତେଣୁ ଆମେ ସମସ୍ତେ ଏକମନ ଏକପ୍ରାଣ ହୋଇ ଅନୁଷ୍ଠାନ ପ୍ରତି ଶ୍ରଦ୍ଧା ରଖିବା ଆବଶ୍ୟକ । ଏହି ଅବସରରେ ମୁଖ୍ୟ ବକ୍ତା ଡାକ୍ତର ରାନୁ ମିଶ୍ର ନିଜର ବକ୍ତବ୍ୟରେ କହିଥିଲେ ଆମର ଏହି ସପ୍ତାବରଣ ସାହିତ୍ୟ ଅନୁଷ୍ଠାନ ଆମ ଶ୍ରୀକ୍ଷେତ୍ରର ଦର୍ପଣ ସ୍ୱରୂପ । ତେଣୁ ଆମେ ସଭିଏଏକ୍ ହୋଇ ଅନୁଷ୍ଠାନ ପ୍ରତି ଦରଦ ହେବା ଆବଶ୍ୟକ । ଏବଂ ଶେଷରେ ସମ୍ମାନନୀୟା ଅତିଥି ଶ୍ରୀମତୀ ଶୈଳବାଳା ମହାପାତ୍ର ତାଙ୍କ ଭାଷଣରେ କହିଥିଲେ ସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ ଆମ ଶ୍ରୀକ୍ଷେତ୍ରର ଗର୍ବ ଆଉ ଗୌରବ। ଆମେ ସବୁ ଲେଖିକା , ଆମର ଏହି ଅନୁଷ୍ଠାନକୁ ଅନେକ ଆଗକୁ ନେବାକୁ ଚାହିଁଲେ ଆମକୁ ଏକ୍ ହେବାକୁ ପଡ଼ିବ, ଏକମନ ନହେଲେ କୌଣସି କାର୍ଯ୍ୟ ହେବନାହିଁ । ତେଣୁ ସମସ୍ତଙ୍କ ଏକତା ହିଁ ଶୁଭଦାୟକ । ପରେ ପରେ ଅନୁଷ୍ଠାନର ସମ୍ପାଦିକା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରି ସୁଶ୍ରୀ କ୍ରିଷ୍ଣା ମହାପାତ୍ରଗତ ତା..୨୩.୦୫.୨୦୨୪ରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ କବିତା ଆସରର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଶୁଭ ଅବସରରେ ନିମନ୍ତ୍ରିତ ଅତିଥି ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପଟ୍ଟନାୟକ ଓ ପ୍ରିୟପତ୍ରର ସମ୍ପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ ଅନୁଷ୍ଠାନ ସପ୍ତାବରଣ ଏବଂ ମହିୟସୀ ମାନଙ୍କ ଉପରେ ସୁନ୍ଦର ଆଲୋକପାତ କରିଥିଲେ ଏବଂ ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସୁରେଶ କୁମାର ପଟ୍ଟନାୟକ ଅନୁଷ୍ଠାନ ସପ୍ତାବରଣର ନାମକରଣ ଉପରେ ପ୍ରଭୁ ଜଗନ୍ନାଥଙ୍କୁ କେନ୍ଦ୍ର କରି ସୁନ୍ଦର ତତ୍ତ୍ୱ ତଥ୍ୟ ପୂର୍ଣ୍ଣ ଭାଷଣ ଦେବାସହିତ ଶ୍ରୀମନ୍ଦିରରେ ଦେବଦୀପାବଳୀ ବିଷୟରେ କିଛି ତଥ୍ୟ ପ୍ରଦାନ କରିଥିଲେ । ଏହି ମହାର୍ଘ ଅବସରରେ ଶ୍ରୀମତୀ କମଳିନୀ ପାଣିଗ୍ରାହୀ ଓ ଡକ୍ଟର ସୂଦୀପ୍ତା ମିଶ୍ରଙ୍କ ସଂଯୋଜନା କ୍ରମେ ବରିଷ୍ଠ କବୟିତ୍ରୀ ଶ୍ରୀମତୀ ପ୍ରମୋଦା ଦେବୀ , ଶ୍ରୀମତୀ ସତ୍ୟଭାମା ପ୍ରଧାନୀ, ଶ୍ରୀମତୀ ସୂର୍ଯ୍ୟମଣୀ ମିଶ୍ର, ଅଧ୍ୟାପିକା ଶ୍ରୀମତୀ ଇନ୍ଦିରା ପଣ୍ଡା, ଶ୍ରୀମତୀ ଶୈଳବାଳା ମହାପାତ୍ର, ଶ୍ରୀମତୀ ସଂଧ୍ୟା ରାଣୀ ସେଠୀ, ଶ୍ରୀମତୀ ରୋଜାଲିନ୍ ପଣ୍ଡା, ସୁଶ୍ରୀ ପ୍ରାଜେକ୍ତା ମିଶ୍ର , ସୁଶ୍ରୀ ପ୍ରଲିପ୍ତା ଛୋଟରାୟ , ଡାକ୍ତର ରାନୁମିଶ୍ର , ଡକ୍ଟର ସୂଦୀପ୍ତା ମିଶ୍ର , ଶ୍ରୀମତୀ ତୃପ୍ତି ପଣ୍ଡା , ଶ୍ରୀମତୀ ପୂଜା ପ୍ରଧାନ ,ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ , ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଓ ଶ୍ରୀମତୀ କମଳିନୀ ପାଣିଗ୍ରାହୀ ପ୍ରମୁଖ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ ସଭାକୁ ପରିଚାଳନା କରିଥିଲେ ସମ୍ପାଦିକା ସୁଶ୍ରୀ କ୍ରିଷ୍ଣା ମହାପାତ୍ର। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ କବୟିତ୍ରୀ ରୋଜାଲିନ୍ ପଣ୍ଡା ଏବଂ ସଭା ସାଙ୍ଗ କରିଥିଲେ ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ l ଜୟ ଜଗନ୍ନାଥ 🙏 ସୁଶ୍ରୀ କ୍ରିଷ୍ଣା ମହାପାତ୍ର ସମ୍ପାଦିକାସପ୍ତାବରଣ ଲେଖିକା ସାହିତ୍ୟ ଓ ସଂସ୍କୃତି ପରିଷଦ , ପୁରୀ ।
