ସରସ୍ଵତୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ
କୋଣାର୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଭଗବତୀ କଲେଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ମେଘନାଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ବାଳ, ସୁରକ୍ଷା ସମିତି ଆବାହକ ଭାଗିରଥି ସ୍ବାଇଁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହ କ୍ରୀଡାରେ ପାରଦର୍ଶିତା ହାସଲ କରିବାକୁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କ୍ରୀଡ଼ାର ବିଭିନ୍ନ ଖେଳରେ ଭାଗ ନେଇଥିଲେ। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ କ୍ରୀଡ଼ା ପରିଚାଳନା କରିଥିଲେ।
ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
