ସତିଗାତ ବ୍ରିଜ ନିକଟ ନାଳରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ମେରିକୋଟ ପଞ୍ଚାୟତ ସତିଗାତ ବ୍ରିଜ ନିକଟ ନାଳରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣକ ହେଲେ ବ୍ରାହ୍ମଣୀ ଗାଁ ଥାନା ବୁଜୁଲି ଗ୍ରାମର ସାଧୁ ରଣାଷଣ୍ଢ ବୟସ 60 । ସୂଚନା ମୁତାବକ ସାଧୁ ନିଜ ଗ୍ରାମରୁ ଦୁଇ ଦିନ ତଳେ ବଡଗଡ ଥାନା ମେରିକୋଟ ପଞ୍ଚାୟତ ର ସାଲିମା ଗୋଚ୍ଛା କୁ ଆସିଥିଲେ । କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ । କିଛି ଲୋକଙ୍କ ଠାରୁ ସୂଚନା ପାଇ ବଡଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ଘରାଲୋକ ସେଠାରେ ପହଞ୍ଚି ଶବ୍ କୁ ଚିହ୍ନଟ କରିଥିଲେ । କିନ୍ତୁ କେଉଁ କାରଣରୁ ସାଧୁ ଙ୍କ ମୃତ୍ୟୁ ହୋଇଚି ତାହା ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ କାରଣ ଜଣା ପଡ଼ିବ ବୋଲି କହିଛି ବଡଗଡ ପୋଲିସ ।

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *