ଅନ୍ତଃରାଷ୍ଟ୍ରୀୟ ତାଇକୋଣ୍ଡ ଖେଳ ପାଇଁ ଓଡିଶ ମାଟିର ପୁଅର ହଂ କଂ ଯାତ୍ରା
ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଗଡ ବାନ୍ଧ ଗୋଡ଼l ଗ୍ରାମ ର ଯୁବ ସର୍ଦ୍ଦାର ଶୁଭଙ୍କର ସମର ଜିତ୍ ଚକ୍ର ଆଇନଜୀବୀ ବିଚିତ୍ର କୁମାର ଚକ୍ର ଙ୍କ ଏକ ମାତ୍ର ପୁତ୍ର ଅନ୍ତଃରାଷ୍ଟ୍ରୀୟ ତାଇକୋଣ୍ଡ ଖେଳ ପାଇଁ ଭାରତ ପକ୍ଷରୁ ପ୍ରତିଯୋଗିତା ରେ ଭାଗ ନେଇ ଓଡ଼ିଶା ର ଭଦ୍ରକ ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁ ଥିବା ବେଳେ ସେ ଏବେ ଚାଇନା ର ହଂକଂ ଠାରେ ଅବସ୍ଥାପିତ କରିଛନ୍ତି l ସମର ଜୀତ ପୂର୍ବରୁ ଏହି ଖେଳ ଖେଳି ଦେଶ ବିଦେଶ ରେ ବହୁ ନାମ କରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି l ନିକଟ ଅତୀତରେ ବି ଆନ୍ତର୍ଜାତିକ ସ୍ତରରେ ଭିଏତନାମ ଆଉ ମାଲେସିଆ ଯାଇ ନିଜର କୁଶଳୀ ଖେଳ କୁ ପ୍ରଦର୍ଶନ କରି ନିଜର କୃତିତ୍ୱ ହାସଲ କରି କି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସମେତ ଘଷିପୁରା ବ୍ଲକ ର ନିଜ ଗ୍ରାମ ଗଡ ବାନ୍ଧ ଗୋଡ଼i ପାଇଁକି ସୁନାମ ଆଣି ପାରିଛନ୍ତି l ପୁନର୍ବାର ବି ପୁଣି ଥରେ ସମସ୍ତ ଙ୍କ ର ଆଶୀର୍ବାଦ କୁ ପାଥେୟ କରି ଏବେ ଆଉ ଥରେ ଗାଁ ରୁ ଯାଇ ଓଡ଼ିଶାର ଏକ ମାତ୍ର ବି ଟାଇକୋଣ୍ଡ ଖେଳାଳି ଭାବେ ଭାରତ ପାଇଁ ପୋମସେ ବିଭାଗରେ ଖେଳିବା ପାଇଁ ଭଦ୍ରକ ଜିଲ୍ଲା ରୁ ଯାଇ ଚାଇନା ର ହଂକଂ ଠାରେ ପହଂଚିଛନ୍ତି, ଯାହା ପାଇଁ ପଲ୍ଲୀ ରୁ ଦିଲ୍ଲୀ ଭୂମି ରୁ ଭୂମା ଗାଁ ରୁ ସହର ସବୁ ଆଡୁ ତାଙ୍କ ପାଇଁ ଶୁଭେଚ୍ଛା ର ସୁଅ ଛୁଟିଛି l ଆଶା କରୁ ସମସ୍ତ ଙ୍କ ର ଶ୍ରଦ୍ଧା ସଦିଚ୍ଛା ଉତ୍ସାହ ଉଦ୍ଦୀପନା କାମ କରୁ କି ସମର ଜୀତ ଭାରତ ପକ୍ଷରୁ ହଂକଂ ଠାରେ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଆଣି ଉତ୍ତର ଓଡ଼ିଶା ର ଭଦ୍ରକ କେନ୍ଦୁଝର ଜିଲ୍ଲା ର ଟେକ ରଖନ୍ତୁ ଯାହା ପାଇଁକି ନିଜ ଜନ୍ମ ମାଟି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅଞ୍ଚଳ ର ସମସ୍ତ ଗାଁ ସହିତ ନିଜର ଗାଁ ଗଡ ବାନ୍ଧ ଗୋଡ଼i ଧନ୍ୟ ହେଉ l
