୮୮ କେଜି ରୂପା ସହ ନଗଦ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ସହ ଦୁଇ ଅଟାକ
ବ୍ରହ୍ମପୁର :-୨୯/୧୧ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୁରାପଲ୍ଲି ତନଖୀ ଫାଟକ ନିକଟରେ ଖଲ୍ଲିକୋଟ ପୋଲିସ ର ଗାଡ଼ି ଯାଞ୍ଚ ବେଳେ ଗୋଟିଏ କାର ରୁ ୮୮ କେଜି ରୂପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଓ ଦୁଇ ଜଣ ଅଟକ । ଏହି କାର ରେ ବ୍ରହ୍ମପୁର ରୁ କୋଲକାତା ଅଭିମୁଖେ ଏହି ରୂପା ଇଟା ଚାଲାଣ ହେଉଥିବା ବେଳେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଥିଲା । ଏହା ପରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ରୂପା ଜିଏସଟି ଫାଙ୍କି ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ଜିଏସଟି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲା । ବର୍ତ୍ତମାନ ଜିଏସଟି ଅଧିକାରୀ ଖଲ୍ଲିକୋଟ ଥାନାରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଜବତ ରୂପା ଇଟା ର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ହେବ ପୋଲିସ ସୂଚନା ଦେଇଛି।
