ପ୍ରେସ କ୍ଲବ ପକ୍ଷରୁ ସାଇକ୍ଲୋଥନ
ଅନ୍ତର୍ଜାତୀୟ କୋଣାର୍କ ଉତ୍ସବକୁ ସରଷ ସୁନ୍ଦର କରିବା ପାଇଁ କୋଣାର୍କ ପ୍ରେସ କ୍ଳପ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରୁ ସାଇକ୍ଲୋଥନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ର ସମସ୍ତ କଲେଜ, ସ୍କୁଲର ଛାତ୍ରଛାତ୍ରୀ ଓ ବୁଧିଜୀବୀ ମାନଙ୍କ ଦ୍ଵାରା ପନିଥିନୀ ମୁକ୍ତ ବାର୍ତ୍ତା ,ସବୁଜ କୋଣାର୍କ, ମୋ କୋଣାର୍କ ମୋ ଗର୍ବ, ବୃକ୍ଷହିଁ ଜୀବନ ନାରା ଦେଇ, କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ବାହାରି କୋଣାର୍କ ବଜାର ପରିକ୍ରମା ପରେ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପିଠରେ ପହଞ୍ଚି ଥିଲା। ଏଥିରେ ଭାଗନେଇଥିବା ଛାତ୍ରଛାତ୍ରୀ ମଧ୍ୟରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବାପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା ଏଥିରେ ପର୍ଯ୍ୟଟନ ବିଭାଗ, କୋଣାର୍କ ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ଓ କୋଣାର୍କ ମେଡିକାଲ ର କର୍ମଚାରୀ ଯୋଗ ଦେଇଥିଲେ। ଆସନ୍ତାକାଲି କୋଣାର୍କ ଉତ୍ସବ ଆରମ୍ଭ ସବୁ ଦିଗରୁ ପର୍ଯ୍ୟଟନ ବିଭାଗ ସଜାଗଥିବା ଦେଖିବାକୁ ମିଳିଥିବା ବେଳେ କୋଣାର୍କ ପ୍ରସ କ୍ଳପ ପକ୍ଷରୁ ସାଇକେଲ ଶୋଭାଯାତ୍ରା କୁ ସବୁ ମହଲରୁ ପ୍ରସ°ସା କରାଯାଇଛି।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
