ଚାଷୀକୁଳ ଏବେ ହନ୍ତସନ୍ତ
ଚାଷୀକୁଳ ଏବେ ହନ୍ତସନ୍ତ
ବରଷକ ପାଇଁ କୃଷି କାର୍ଯ୍ୟ କରି ଅମଳ ରେ ବ୍ୟସ୍ତ ଚାଷୀ
ବାତ୍ୟା ପ୍ରକୋପ ରେ ବରଷା ପ୍ରଭାବେ ଅମଳ ରେ ନୁହେଁ ଖୁସି।
ଫସଲ ତିନ୍ତିଲା ବିଲରେ ପଡ଼ିଛି
ସୂର୍ଯ୍ୟ କିରଣ ତ ନାହିଁ
କିପରି ଧାନ କୁ ଘରକୁ ଆଣିବ
ସାହାସ ତାପାଖେ କାହିଁ।
ପ୍ରକୃତି ର ଖେଳ କେତେ ବେଳେ କ’ଣ
କେହି ତ ଜାଣନ୍ତି ନାହିଁଁ
ବିଜ୍ଞାନର ଗତି ଜଣାଇ ଦେଉଛି
ସଜାଗ ହେବାର ପାଇଁ।
ତଥାପି ମଣିଷ ସଜାଗ ନହୋଇ
କ୍ଷେତ କୁ ରଖିବା ପାଇଁ
ତତ୍ପର ନହୋଇ ଅଳସୁଆ ହେଲେ କ୍ଷେତ ଉଜୁଡିବ ତହିଁ।
ବର୍ଷା ର ପ୍ରଭାବେ ଧାନ ର ମାନ ହ୍ରାସ ହୋଇଯାଏ ଜାଣ
କ’ଣ କରିବ ଚାଷୀ ଟି ବାପୁରା ହୁଅଇ ସେ ଯତ୍ନବାନ।
ସରକାର ଯଦି ବୁଝିବ ଦୁଃଖ ଟା
ଚାଷୀ ହେବ ଆନନ୍ଦିତ
ନହେଲେ ଚାଷୀ ଟି ଦୁଃଖ ରେ ଭାଙ୍ଗିବ
ହୋଇଣ ଅତି ଦୁଃଖିତ।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
