ଶ୍ରଦ୍ଧା ଓ ଭକ୍ତି ଭାବନା ସହ ଦିଲ୍ଲୀ ଶ୍ରୀ ଅଭିରାମ ମିଳନ ମନ୍ଦିରରେ ପାଳିତ ହେଲା ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ

ନୂଆଦିଲ୍ଲୀ– ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ,ଏନ. ସି. ଆର. ରେ କେତେକ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ମାନଙ୍କ ତରଫରୁ କୋଭିଡ କଟକଣା ମଧ୍ୟରେ ନିକଟରେ ଜଗତଜନନୀ ମା ଦୁର୍ଗା ଙ୍କ ପୂଜାଉତ୍ସବ ପାଳିତ ହୋଇଥିବା ବେଳେ ପୂର୍ଵବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଗତକାଲି ଦିଲ୍ଲୀର ଛତରପୁର କାତ୍ୟାୟିନୀ ମନ୍ଦିର ନିକଟସ୍ଥ ସୁମନ କଲୋନୀ ଠାରେ ଥିବା ଶ୍ରୀ ଶ୍ରୀ ଅଭିରାମ ମିଳନ ମନ୍ଦିର ପରିସରରେ ଶତାଧିକ ଅଭିରାମ ଅନୁରାଗୀ ମାନଙ୍କ ଦ୍ୱାରା ସରକାର ଙ୍କ କୋଭିଡ କଟକଣା ଓ ମାର୍ଗଦର୍ଶନ କୁ ଅନୁପାଳନ କରାଯାଇ ପବିତ୍ର କୁମାର ଉତ୍ସବ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ରଙ୍ଗବେରଙ୍ଗୀ ପୁଷ୍ପମାଲ୍ୟ ଦ୍ୱାରା ମନ୍ଦିର କୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିବା ବେଳେ ପ୍ରତ୍ୟୁଷରୁ ଠକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ମଙ୍ଗଳ ଆରତୀ, ଷୋଡଶଉପଚାର ପୂଜା, ଅନ୍ୟନ୍ୟ ନିତୀକାନ୍ତ ସହ ଦିନ ତମାମ ଭଜନ, କୀର୍ତ୍ତନ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ସେହିଭଳି ସନ୍ଧ୍ୟା ରେ ଓଡିଶା ର ପ୍ରାଚୀନ କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ ଦିଲ୍ଲୀ ଦରବାରରେ ଏହାର ପ୍ରଚାର ଓ ପ୍ରସାରର ଆଭିମୁଖ୍ୟ ନେଇ କୁଆରୀ ଝିଅ ମାନଙ୍କ ଦ୍ୱାରା ପୁଚିଖେଳ ଓ ପାରମ୍ପରିକ ଚାନ୍ଦ ବନ୍ଦାଣ ହୋଇଥିଲା। ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବ ରେ ଦିଲ୍ଲୀ ଶ୍ରୀ ଶ୍ରୀ ଅଭିରାମ ସତସଙ୍ଗ ଓ ସାଂସ୍କୃତିକ ସମାଜର ସମ୍ପାଦକ ଜୟରାମ ସାମଲ ଯୋଗ ଦେଇ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭାବଧାରା ସଂମ୍ପର୍କ ରେ ବ୍ୟାଖ୍ୟା କରି କହିଥିଲେ ପ୍ରତିଟି ଜୀବଜନ୍ତୁଙ୍କରେ ସେ ହେଲେ ସ୍ୱାମୀ ଵା ମାଲିକ ଯିଏ ଯେଉଁ ରୂପରେ ପ୍ରଭୁଙ୍କୁ ଡ଼ାକିବ ସେ ସକଳରୂପରେ ବିଦ୍ୟମାନ ହେବେ, ଠାକୁରଙ୍କ ନିକଟତର ହେବାକୁ ହେଲେ ତାଙ୍କ ସହ ପ୍ରଥମେ ସମ୍ପର୍କ ସ୍ଥାପନ କରିବାକୁ ହେବ। ଆଧ୍ୟାତ୍ମିକ ମନୋଭାବ ଦ୍ୱାରା ସୁସ୍ଥ ଓ ନିରାମୟ ଜୀବନ ସମ୍ଭବ। ଠାକୁରଙ୍କ ବିଭିନ୍ନ ଲୀଳା, ତତ୍ତ୍ଵ, ଠାକୁରଙ୍କ ଚିନ୍ତାଧାରା ଉପରେ ସେ ବ୍ୟାଖ୍ୟା କରିବା ସହ ଠାକୁରଙ୍କ ଔଲୌକିକ ଘଟଣାବଳି ସମ୍ପର୍କରେ ମତ ଦେଇ କହିଥିଲେ ଆଶ୍ଚର୍ଯ୍ୟର ବିଷୟ କରମାଳା ରେ ପୂର୍ବରୁ ଗମନାଗମନର ସୁବିଧା ନଥିଲେ ମଧ୍ୟ ଦୂରଦୂରାନ୍ତରୁ ଭକ୍ତ, ଶ୍ରଦ୍ଧାଳୁ, ଓ ରାଜାମହାରାଜା,ଶ୍ରୀ ଅଭିରାମ ଅନୁରାଗୀ ମାନେ ଆସି ଠାକୁରଙ୍କ ଦର୍ଶନ କରି କୃପା ଲାଭ କରୁଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଉତ୍ସବରେ ଶ୍ରୀ ଅଭିରାମ ସାଂସ୍କୃତିକ ସମାଜର ପ୍ରମୁଖ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *