ମମିତା ହତ୍ୟା ବିରୋଧରେ କଂଗ୍ରେସର ବିକ୍ଷୋଭ

ଭଦ୍ରକ :୨୧/୧୦:- ମମିତା ମେହେରଙ୍କ ହତ୍ୟା ଘଟଣାରେ ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ବାରିକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଇଥିବାବେଳେ ଅନୁରୂପ ଆଜି ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ସବିତା ଚନ୍ଦଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଚନ୍ଦଙ୍କ ସଭାପତିତ୍ୱରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ ଯୋଗଦେଇ ନବୀନ ବାବୁଙ୍କ ଗାଁକୁ କାମ ମା’କୁ ସମ୍ମାନ ସ୍ଲୋଗାନ୍ ପ୍ରହସନରେ ପରିଣତ ହୋଇଛି ବୋଲି କହିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *