ଜୀବନ ରୂପକ ନଉକା

ଜୀବନ ରୂପକ ନଉକା ରେ ଭାଇ
ନାବିକ ଅଟଇ ଆତ୍ମା
ନାଟକ ର ପରିସମାପ୍ତି ପରେ
ଲଭଇ ସେ ପରମାତ୍ମା
ନାବିକ ଅଟଇ ଆତ୍ମା।
ପାଞ୍ଚ ମନ ପଚିଶ ପ୍ରକୃତି ମଣିଷ ମଧ୍ୟରେ ଥାଏ
ବୁଝି ସୁଝି ଯଦି କାର୍ଯ୍ଯ ନକରେ
ହଇରାଣ ହୋଇଥାଏ
ମଣିଷ ମଧ୍ୟରେ ଥାଏ।
ଗାନ୍ଧୀ ଙ୍କ ତିନି ମାଙ୍କଡ଼ ମୂର୍ତ୍ତି ଶିକ୍ଷା ପାଇଁ ଯେ ସ୍ଥାପିତ
ସେହି ମୂର୍ତ୍ତିକୁ ଦେଖିଣ ମାନବ
କର୍ମ ତତ୍ପର ରେ ରତ
ଶିକ୍ଷା ପାଇଁ ଯେ ସ୍ଥାପିତ।
ଆଖି,କାନ‌ ପାଟି ତିନୋଟି ଅଙ୍ଗ କୁ ଜାଣି ପାରେ ଯେଉଁ ଜନ
କାମ କରି ସିଏ ଆଦର ପାଅଇ
ମଣଇ ସେ ଭାଗ୍ୟବାନ
ଜାଣି ପାରେ ଯେଉଁ ଜନ।
ବେଶୀ ଶୁଣି ଯିଏ କମ୍ କହି
ଆଦର ପାଏ ସେ ଜନ
ସ୍ବଭାବ ତାହାର ଭଲ ହୋଇଥାଏ
ମଣଇ ସେ ଭାଗ୍ୟବାନ
ଆଦର ପାଏ ସେ ଜନ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ , ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *