ଛାତ୍ର ନେତା ମାନଙ୍କର ଏକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ପଞ୍ଚ ମୁଖି ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଆନନ୍ଦପୁର କଲେଜ ପୁରାତନ ଛାତ୍ର ନେତା ମାନଙ୍କର ଏକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହାକୁ ବିଶିଷ୍ଠ ଛାତ୍ର ନେତା ଶ୍ରୀଯୁକ୍ତ ଦେବରଞ୍ଜନ ସାହୁ ଆବାହକତ୍ୱରେ ଆନନ୍ଦପୁର କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଓ ଆଇନଜୀବୀ ବିଚିତ୍ର କୁମାର ଚକ୍ର ସଭାପତିତ୍ବ ଓ ସବାପରିଚଳନ କରି ଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହା ବିଦ୍ୟାଳୟ ଛାତ୍ର ସାଂସଦ ର ପୂର୍ବତନ ସଭାପତି ଭଗବାନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲେଜ କେମିତି ଆଗକୁ ଯିବା ଆଉ ଚଳିତ ବର୍ଷ କଲେଜ ର ହୀରକ ଜୟନ୍ତୀ କେମିତି ପାଳନ ସୁରୁଖୁରୁ ରେ ହେବ ଆଉ ଆମ ଅଞ୍ଚଳ ମାଟିର ଝିଅ ତଥା ରାଷ୍ଟ୍ରପତି ଓଡ଼ିଆ କେମିତି ଆମ ଆନନ୍ଦପୁର କଲେଜ କୁ ହୀରକ ଜୟନ୍ତୀ ପାଳନ ଅବସରରେ ଅତିଥି ହେଇ ଆସିବା ହେବ ସମସ୍ତ ଙ୍କ ର ସେଇ ଗୋଟିଏ କଥା ସହିତ ସ୍ୱର ଉତ୍ତୋଳନ କରି ଥିଲେ।ଏହି କାର୍ଯ୍ୟକ୍ରମ ଟି ରେ ସୀମିତ ଆଉ ବି କେବଳ କଲେଜ ର ପ୍ରାକ୍ତନ ସଭାପତି ସମ୍ପାଦକ ଙ୍କ ସମେତ ଅନ୍ୟ ଛାତ୍ର ନେତା ମାନେ ଉପସ୍ଥିତ ରହି ବୈଠକ କୁ ସରସ ସୁନ୍ଦର କରି ଗଢି ତୋଳି ଥିଲେ।ବୈଠକ ଆରମ୍ଭ ରେ କଲେଜ ଛାତ୍ର ସଂସଦ ର ପୂର୍ବ ସଭାପତି ନିକଟରେ ତାଙ୍କ ର ପର ଲୋକ ଘଟିଥିବା ବେଳେ ସେଥିରେ ତାଙ୍କୁ ସମସ୍ତଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇ ଥିଲା।ତାଙ୍କ ପାଇଁ ମିନିଟ ର ନୀରବ ପ୍ରାର୍ଥନା କରାଯାଇ ପୂର୍ବ ରୁ ବନ୍ଦେ ମା ତରମ ଧ୍ଵନି ରେ ସଭାର କାର୍ଯ୍ୟ ଆରମ୍ଭ କରା ଯାଇ ଥିବା ବେଳେ ସଭା ଶେଷରେ ଜାତି ଗୀତ ଜନଗଣ ମନ କୁ ଗାନ କରାଯାଇଥିଲା ଏଥିରେ ଅନ୍ୟ ଙ୍କ ର ଭିତରେ ଛାତ୍ର ନେତା ମୁଖ୍ୟ ଅତିଥି ଭଗବାନ ସାହୁ ଙ୍କ ସହ ଛାତ୍ର ନେତା ତଥା ସଭାପତି ସନତ କୁମାର କର ରମାକାନ୍ତ ମାଝି ଅନୁପ କୁମାର ସାହୁ ପ୍ରମୋଦ କୁମାର ମଲ୍ଲିକ ଜ୍ଞାନ ରଞ୍ଜନ ମହାପାତ୍ର ରାଧେଶ୍ୟାମ ରଣା ଆଉ ସାଧାରଣ ସମ୍ପାଦକ ତଥା ଛାତ୍ର ନେତା ସୁଶାନ୍ତ ପତି ମନୋଜ ପାଢ଼ୀ ବିକ୍ରମ କେଶରୀ ବେହେରା ରାମ ଚନ୍ଦ୍ର ପାତ୍ର ଏବଂ ଛାତ୍ର ପ୍ରତିନିଧି ଶ୍ରୀ ସୁଧାକର ରାଉତ ଉମେଶ ପାଢ଼ୀ ଓ କୃଷ୍ଣ ଚନ୍ଦ୍ର ରଣା ନିତ୍ୟାନନ୍ଦ ସାମଲ ଅନନ୍ତ ଚରଣ ସାହୁ ରବି ନାରାୟଣ ହୋତା ସାମ୍ବାଦିକ ଦୀପକ ମହାରଣା ଅଜୟ କୁମାର ହୋତା ସୁରେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଆଲୋଚନା ରେ ଭାଗ ନେଇ ସମସ୍ତ ଙ୍କ ର ସେଇ ଗୋଟିଏ। କଥା କେମିତି ଭଲ ରେ ଆନନ୍ଦପୁର କଲେଜ ର ହୀରକ ଜୟନ୍ତୀ ପାଳନ ହେବ ଆଉ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେମିତି ତାଙ୍କ ନିଜ ମାଟି ର କଲେଜ ହୀରକ ଜୟନ୍ତୀ ପାଳନ କୁ ଆସିବା ହେବ ସେଇ ଗୋଟିଏ କଥା କୁ ଏହି ଆନନ୍ଦପୁର କଲେଜ ର ଷାଠିଏ ବର୍ଷ ପରେ only leaders meet ର ବୈଠକ ରେ ସମସ୍ତ ଙ୍କ ର ସ୍ୱର କୁ ଶାଣିତ କରା ଯାଇ ଥିଲା ପରିଶେଶ ରେ ବରିଷ୍ଟ ସାମ୍ବାଦିକ ତଥା କଲେଜ ର ପ୍ରାକ୍ତନ ଛାତ୍ର ନେତା ଲଲାଟେନ୍ଦୁ ଧିର ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କଲା ପରେ ସଭା ସଭାପତି ଶ୍ରୀଯୁକ୍ତ ଚକ୍ର ସଭଭଙ୍ଗ କରି ଥିଲେ।

Leave a Reply

Your email address will not be published. Required fields are marked *