କଣାସ ବ୍ଲକ ବଡଓରା ଗ୍ରାମର ଗଡିଶାଗୋଦା ଥାନା ଅଧିକାରୀ ଙ୍କୁ ଆକ୍ରମଣ
ପୁରୀ… କଣାସ ବ୍ଲକ ବଡଓରା ଗ୍ରାମର ଗଡିଶାଗୋଦା ଥାନା ଅଧିକାରୀ ଙ୍କୁ ଆକ୍ରମଣ। ତଦନ୍ତ କରୀବାକୁ ଯାଇଥିବା ବେଳେ ଥାନା ଅଧିକାରୀ ଦିଲିପ୍ ଧଳ ଙ୍କ ସହ ଅନ୍ୟ ପୋଲିସ୍ କର୍ମଚାରୀ ଙ୍କୁ ଆକ୍ରମଣ ହୋଇଥିବା ସୂଚନା। ଉତେକ୍ତ ଲୋକେ ପୋଲିସ୍ ଉପରକୁ ଲୁହା ଷ୍ଟାଣ୍ଡ,ସାଇକେଲ ଫୋପାଡି ଦେବାକୁ ଥାନା ଅଧିକାରୀ ଙ୍କ ମୁଣ୍ଡଫାଟି ଯାଇଛି। ଆହତ ଅବସ୍ଥାରେ କଣାସ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ରରେ ଭର୍ତି ହୋଇଛନ୍ତି ଥାନା ଅଧିକାରୀ। ଅପରାହ୍ନ ସମୟରେ ବଡଓରା ଗ୍ରାମରେ ୨ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣାର ତଦନ୍ତ ପାଇଁ ପହଁଞ୍ଚିଥିଲେ ଥାନା ଅଧିକାରୀ
