ରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ
‘ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ()ଭୁବନେଶ୍ୱର, ୮।୧୨( ): ଭୁବନେଶ୍ୱର ରାମ ମନୋହର ଲୋହିଆ ଏକାଡେମୀ ପରିସରରେ ରବିବାର ରାଜମିଡିଆ ଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଅଷ୍ଟମ ବାର୍ଷିକ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଗଣମାଧ୍ୟମର ଆବଶ୍ୟକତା ରହିଛି ବୋଲି ଏଥିରେ ମତ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କିଷାନ ସେଲ୍ଫ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ମୀରା ପରିଡ଼ା, ଶ୍ରଦ୍ଧାଞ୍ଜଳି ରାୟ, ସସ୍ମିତା ଦାଶ, ପ୍ରାଚୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲୀପ ସେନାପତି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଅଧ୍ୟକ୍ଷ ଡ. ରାଜେଶ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପରିଚାଳନା ସମ୍ପାଦକ ଡ. ଚିତ୍ତରଞ୍ଜନ ବିଶ୍ୱାଳ, ସଞ୍ଜୟ ସାହୁ, ନବୀନ ତାଣ୍ଡି ଓ ଆଲଫା ରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ହରିହର ଶତପଥୀ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ସାମ୍ବାଦିକ ସୁକାନ୍ତ ସାହୁ, ସାପ୍ତାହିକ ‘ପରକଲମ’ ସମ୍ପାଦକ ବିଜୟ ନନ୍ଦ, କୋଣାର୍କ ଐତିହ୍ୟ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସଞ୍ଜୟ ବରାଳ, ଲକ୍ଷ୍ମୀପ୍ରିୟା ଦେ, ତ୍ରିନାଥ ବେସ୍ରା, ଲଲାଟେନ୍ଦୁ ମିଶ୍ର ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮୦ରୁ ଅଧିକ ପ୍ରତିଭାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ ତଥା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ବେହେରାଙ୍କୁ ରାଜ୍ ମିଡ଼ିଆ-୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଛି।
