ମହିଳା ହିଂସା ବିରୋଧି ସଚେତନତା ଶିବିର

ମହିଳା ହିଂସା ବିରୋଧି ସଚେତନତା ଶିବିର lନୟାଗଡ଼ – ତା ୦୯.୧୨.୨୦୨୪ ରିଖ ନୟାଗଡ଼ ଜିଲ୍ଲାରେ ମହିଳା ମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟରତ ସ୍ବେଛାସେବୀ ସଂଗଠନ ସେବା ଆନୁକୁଲ୍ୟରେ ଓ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ସହାୟତାରେ ଆରଂଭ ହୋଇଥିବା ଶୋହଳ ଦିବସୀୟ ମହିଳା ହିଂସା ବିରୋଧୀ ସଚେତନତା ଅଭିଯାନ ର ପଞ୍ଚଦଶ ଦିବସରେ ନଡିଆଳି ଗ୍ରାମପଞ୍ଚାୟତ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ସେବା ଶକ୍ତି ସଦନ ଓ ସେବା ପରିବାର ପରାମର୍ଶ କେନ୍ଦ୍ର ପ୍ରକଲ୍ପ ଦ୍ବାରା ଆୟୋଜିତ ଏହି ଶିବିର ରେ ଜିଲ୍ଲା ସୁରକ୍ଷା ଅଧିକାରୀ ଜୟସ୍ରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ସମନ୍ଵିତ ଶିଶୁ ବିକାଶ କେନ୍ଦ୍ର, କାଳିକା ପ୍ରସାଦ ସେକ୍ଟର ର ସୁପରଭାଇଜର୍ ଲକ୍ଷ୍ମୀପ୍ରିୟା ସାହୁ ସମ୍ମାନୀତ ଅତିଥି ରୁପେ ଯୋଗଦେଇ ଘରୋଇହିଂସା, ବାଲ୍ୟ ବିବାହ, କାର୍ଯ୍ଯ କ୍ଷେତ୍ରରେ ଯୌନ ଉତ୍ପୀଡନ ଓ ତାହାର ସୁରକ୍ଷା ସମ୍ବନ୍ଧରେ ଆଲୋକ ପାତ କରିଥିଲେ l ଶକ୍ତି ସଦନ ର ପରାମର୍ଶଦାତା ବିନୋଦିନୀ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସେବା ପରିବାର ପରାମର୍ଶ କେନ୍ଦ୍ର ର ପରାମର୍ଶ ଦାତା ରମେଶ ଚନ୍ଦ୍ର ପ୍ରଧାନ ଶିବିରର ଉଦ୍ଦେଶ୍ୟ ସମ୍ଵନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପରାମର୍ଶ ଦାତ୍ରୀ ସରିତା ଆଚାର୍ଯ୍ୟ ଶିବିରାର୍ଥୀ ମାନଙ୍କୁ ମହିଳା ହିଂସା ରୋକିବା ପାଇଁ ଶପଥ ପାଠ କରାଇଥିଲେ l ସେବା ପରିବାର ପରାମର୍ଶ କେନ୍ଦ୍ର ର ପରାମର୍ଶଦାତ୍ରୀ ସୁଚିଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶିବିରରେ ସମୁଦାୟ ପଚାଶ ଜଣ ଆଙ୍ଗନ୍ ୱାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଆଡଭିକା ର କିଶୋରୀ ବାଳିକା ମାନେ ଯୋଗଦେଇଥିଲ l

Leave a Reply

Your email address will not be published. Required fields are marked *