ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦଫା ଦାବି ନେଇ ବ୍ଲକ ଘେରାଉ
: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କାର୍ଯ୍ୟାଳୟକୁ ପ୍ରାୟ ୨ ଘଣ୍ଟା ଧରି ଘେରାଉ କଲେ ଚାଷୀ। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ସହ ଦୁର୍ନୀତି ମୁକ୍ତ ପ୍ରଶାସନ ଏବଂ ନିଶାମୁକ୍ତ ସମାଜ ଗଠନ ଆଦି ଦାବିରେ ସହ ସହ ଚାଷୀ ବ୍ଲକ ଘେରିବା ସହିତ ବିଡ଼ିଓଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ସହିତ ଦାବି ଉପସ୍ଥାପନ କରିଛନ୍ତି। କର୍ମୀ ମାନେ ବାଲିକୁଦା କରକେଇ ହାଟଠାରୁ ଏକ ଶୋଭାଯାତ୍ରା ଆସି ବାଲିକୁଦା ବ୍ଲକ ଘେରାଉ କରିଥିଲା। ସଂଗଠନ ଆବାହକ ଅକ୍ଷୟ କୁମାର ଓ ସଂଯୋଜକ ଶେଷଦେଵ ନନ୍ଦଙ୍କ ନେତୃତ୍ୱରେ ଶହ ଶହ ମହିଳା ଓ ପୁରୁଷ ଚାଷୀ ଆନ୍ଦୋଳନରେ ସାମିଲ ହୋଇ ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ର ସଠିକ ସର୍ଭେ ତଥା ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ଦାବି କରିଥିଲେ। ସେହିପରି ଚାଷୀଙ୍କୁ ପେନସନ, ଅମଳ ସମସ୍ତ ଫସଲର ବର୍ଦ୍ଧିତ ମୂଲ୍ୟ ଧାର୍ଯ୍ୟ ଓ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପଞ୍ଚାୟତ ପାଇଁ ବ୍ଲକରେ ଜନଶୁଣାଣୀ ବ୍ୟବସ୍ଥା ଆଦି ବିଡ଼ିଓଙ୍କୁ ଦାବି କରିଛନ୍ତି ସଂଗଠନର ନେତାମାନେ। ତେବେ ଏହି ଆନ୍ଦୋଳନ ବାଲିକୁଦାରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟକ ବ୍ଲକରେ କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନର୍ ସଂଯୋଜକ ।
