ବିଜୁ ଜନତା ଦଳ ତରଫରୁ ସମାଜସେବା ଅଭିଯାନ

କାମାକ୍ଷାନଗର,୨୨.୧୦.୨୦୨୧– ଗାନ୍ଧି ଜୟନ୍ତିରୁ ବିଜୁ ଜନତା ଦଳ ତରଫରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଥିବା ଜନସଚେତନତା ଓ ସମାଜସେବା ଅଭିଯାନରେ ଆଜି କାମାକ୍ଷାନଗର ବିଜୁ ଯୁବ ଜନତା ଦଳ ତରଫରୁ ମେଡିକାଲରେ ସଫେଇ କାର୍ଯ୍ୟ କରାଯାଇଛି।ଏହି ଅଭିଯାନ ଅକ୍ଟୋମ୍ବର ୨ ଆରମ୍ଭ ହୋଇ ଏକମାସ ଧରି ଚାଲିବା ନେଇ ଦଳ ତରଫରୁ କୁହାଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର,ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହିତ ରକ୍ତଦାନ ପରି ମହତ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଦଳ ତରଫରୁ କୁହାଯାଈଛ।ଏହି କ୍ରମରେ ଆଜି ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡାଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମି ଆଜି ସକାଳୁ ମେଡିକାଲ ପରିସରକୁ ସଫାସୁତରା କରିଥିଲେ।ମେଡିକାଲ ପରିସରରେ ଥିବା ଅନାବନା ଗଛ,ସାଲାଇନ ବୋତଲ,ଜରି,ଇଞ୍ଜେକସନ, ରୋଗୀ ମାନେ ବ୍ୟବହାର କରି ପଡିଥିବା ଆବର୍ଜ୍ୟନାକୁ ଦଳୀୟ କର୍ମିମାନେ ସଫା କରିଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *