ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଖମ୍ବାକୂଳ ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗାଁ ର ଟୁଲା ଭୋଇ ନାମକ ବ୍ୟକ୍ତି ଜଣଙ୍କ ତାଙ୍କର ଗୁହାଳ ଘର ଚାରି କଡ଼ରେ ଇଲେକ୍ଟ୍ରି ତାର ବିଛାଇ ଥିଲେ । ଏହାର ସଂସ୍ପର୍ଶରେ ଆସି ଗତକାଲି ରାତିରେ ଗୋଟିଏ ଷଣ୍ଢ କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଏକ ଷଣ୍ଢ ଆହତ ହୋଇଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।

ଜଗତସିଂହପୁରରୁ Rita ସାହୁ

Leave a Reply

Your email address will not be published. Required fields are marked *