କନ୍ଧମାଳ କୁ ପୁଣି ଫେରିଲା ମିଳିମିଳା
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡ଼ ବାର୍ବା ପଞ୍ଚାୟତ ପାତିଗୁଡ଼ା ଗ୍ରାମ ରେ ପାଞ୍ଚ ଜଣ ମିଳିମିଳା ରୋଗୀ ଚିହ୍ନଟ ହୋଇଥିବା ଡାକ୍ତର ଶ୍ରୀନିବାସ ପାତ୍ର ସୂଚନା ପ୍ରଦାନ କରିଛନ୍ତି। ସୂଚନା ପ୍ରକାରେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଙ୍କ ତତ୍ତ୍ଵାବଧାନରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଏକ ଟିମ୍ ବଡ଼ ବାରବା ସ୍ଵାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ରୋଗୀ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖିବା ସହିତ ସେହିମାନେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ପ୍ରଦାନ କରିଛନ୍ତି।

ଡାକ୍ତର ପାତ୍ର ଙ୍କ କହିବା ଅନୁଯାୟୀ ମିଳିମିଳା ରୋଗ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିଲେ ଥିଲେ ସୁଦ୍ଧା କୋଭିଡ 19 ପରେ ଜନ ସାଧାରଣ ଙ୍କ ଆତ୍ମ ପ୍ରତିରକ୍ଷା ଶକ୍ତି କମ୍ ହୋଇଯିବା ଫଳ ରେ ବେଳେ ବେଳେ ଏହି ରୋଗ କିଛି ଲୋକ ଙ୍କୁ ଆକ୍ରାନ୍ତ କରିବାରେ ସଫଳ ହୋଇ ପାରିଛି। ଜନ ସାଧାରଣ ଏହି ମାରାମତ୍କ ରୋଗ ରୁ ରକ୍ଷା ପାଇବାକୁ ହେଲେ ନିୟମିତ ଭାବେ ସଫା ସୁତୁରା ରହିବା ସହିତ ଗରମ ଖାଦ୍ୟ ଖାଇବା ,ଉଷୁମ ପାଣି ପିଇବା ସହିତ ବାହାର କୁ ବାହାରିଲେ ମାସ୍କ ପିନ୍ଧିବା ସକାଶେ ଡାକ୍ତର ଶ୍ରୀନିବାସ ପାତ୍ର ରାଇକିଆ ବ୍ଲକ ର ସମସ୍ତ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।
