ଜର୍ମାନୀ ଟେକ୍ନୋଲୋଜିରେ ତିଆରି ହେଲା ଭାରତର ପ୍ରଥମ ରାସ୍ତା।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ଆରମ୍ଭ ହୋଇଛି ଜର୍ମାନୀ ଟେକ୍ନୋଲୋଜିରେ ଭାରତର ପ୍ରଥମ ପିଚୁ ରାସ୍ତା। ଜିଓ ସିନ୍ଥେଟିକ ମାଧ୍ୟମରେ କାମାକ୍ଷାନଗର ଇଲେକ୍ଟ୍ରିକ ଅଫିସ ଛକ ଠାରୁ ଗୁଣ୍ଡିଚାନାଳୀ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧୨ ଶହ ମିଟର ରାସ୍ତାର ଟ୍ରାଏଲ ବେସିସରେ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତାର ସ୍ଥାୟୀତ୍ୱ ବୃଦ୍ଧି ସହ ମେଣ୍ଟେନାନ୍ସ କ୍ଷେତ୍ରରେ କମ୍ ଖର୍ଚ୍ଚ ପାଇଁ ଜର୍ମାନୀ ଟେକ୍ନୋଲୋଜି ବ୍ୟବହାର କରାଯାଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ଦିନରେ ଏହି ଜିଓ ସିନ୍ଥେଟିକ ଟେକ୍ନୋଲୋଜି ବ୍ୟବହାର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ୮ କୋଟି ଟଙ୍କା ବ୍ୟୟରେ ଏହି ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି।
