କୂଅରେ ପଡି ୫ ବର୍ଷର ଶିଶୁର ମୃତ୍ୟୁ

କାମାକ୍ଷାନଗର୧୩/୧୨/୨୪ -କାମାକ୍ଷାନଗର ବ୍ଲକ ତଥା ତୁମୁସିହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମର ଏକ ଖୋଲା କୁପରେ ଶିଶୁ ପଡିଯିବାରୁ ତାର ମୃତ୍ୟୁ ହୋଇଛି l କନ୍ତିଓ କାଟେଣୀ ଗ୍ରାମର କାମାକ୍ଷାପ୍ରସାଦ ବେହେରାଙ୍କ ୫ ବର୍ଷର ପୁଅ ପ୍ରିୟାଂଶୁ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୁପରେ ପଡିଯାଇଥିଲା l ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅରୁ ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ ପରେ ଶିଶୁର ମୃତ ଦେହକୁ ଉଦ୍ଧାର କରିଥିଲେ l ଏହି ଘାଟଣା ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *