ତିନିଦିନିଆ ଶିଶୁ ମାନଙ୍କ ଘରୋଇ ଯତ୍ନ ପ୍ରଶିକ୍ଷଣ ଶିବିର

ତିନିଦିନିଆ ଶିଶୁ ମାନଙ୍କ ଘରୋଇ ଯତ୍ନ ପ୍ରଶିକ୍ଷଣ ଶିବିର ହିଞ୍ଜିଳି କାଟୁ :-୧୩/୧୨ ()ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସଭା ଗୃହରେ ତିନିଦିନିଆ ଶିଶୁ ମାନଙ୍କ ଘରୋଇ ଯତ୍ନ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଜିଲ୍ଲା ଆଶା ସଂଯୋଜକ ଆଶିଷ ମିଶ୍ର, ଜିଲ୍ଲା ପ୍ରଶିକ୍ଷକ ହରିହର ପାଢ଼ୀ,ଡାକ୍ତର ଦେବୀ ପ୍ରସାଦ ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ l ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ଥିବା ୦୩ ମାସ ରୁ ୧୫ ମଧ୍ୟର ଶିଶୁ ମାନଙ୍କୁ ଘରୋଇ ଚିକିତ୍ସା କରିବାରେ ଆଶା ର ଭୂମିକା, ଶିଶୁ ମୃତ୍ୟୁ ହାର କମାଇବା, ଶିଶୁ ମାନଙ୍କ ପୋଷଣ ସ୍ତିସ୍ଥି ରେ ଉନ୍ନତି, ଶିଶୁ ର ଉପଯୁକ୍ତ ବୃଦ୍ଧି ଏବଂ ପ୍ରାରମ୍ଭିକ ବିକାଶ କୁ କିଭଳି ଧ୍ୟାନ ଦେବାକୁ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

ଏଥି ସହିତ ସଠିକ ସ୍ତନ୍ୟପନ, ଅନୁପୂରକ ଖାଦ୍ୟ ଖୁଆଇବା ପ୍ରଣାଳୀ, ଲୌହ ଏବଂ ଫଲିକ ଏସିଡ ର ଅପୁର୍ତ୍ତିକରଣ, ପରିବାର ନିୟୋଜନ, ଶିଶୁ ର ସମ୍ପୂର୍ଣ ଟୀକାକରଣ, ପିଲାର ଅଭିବୃଦ୍ଧି ର ତଦାରଖ, ଅସୁସ୍ଥ ଶିଶୁର ପରିଚାଳନା ଏଥି ସହିତ ଅସୁସ୍ଥ ଶିଶୁ ର ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ତାଲିମ ଦାତା ଦ୍ୱୟ ତାଲିମ ଦେଇଥିଲେ l ଏହି କାର୍ଯ୍ୟକୁ ଉପଖଣ୍ଡ ଚିକିତ୍ସାଳୟ ହିସାବ ରକ୍ଷକ ସତ୍ୟ ପ୍ରକାଶ ପଟ୍ଟନାୟକ ମଧ୍ୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *