ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଗଡ଼ବିଶୁନପୁର ପଂଚାୟତ ର ସରପଞ୍ଚ ଙ୍କ 55 ଟି ପଂଚାୟତ ର ପ୍ରାୟ ଦେଢହଜାର ରୁ ଉର୍ଦ୍ଧ୍ବ ଲୋକ ବିଜେପି ରେ ଶାମିଲଆଙ୍କର- ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଙ୍କ ନେତୃତ୍ୱରେ ଆଜି ବାଲିକୁଦା ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି ଙ୍କ ଉପସ୍ଥିତ ରେ ନିର୍ବାଚନ ମଣ୍ଡଳୀ ର 55 ଟି ପଂଚାୟତ ର ପ୍ରାୟ ଦେଢ଼ ହଜାରରୁ ଉର୍ଦ୍ଧ୍ବ କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜି ଗଡ଼ ବିଶୁନ ପଂଚାୟତ ର ସରପଞ୍ଚ ଙ୍କ ସହ 55 ଟି ପଂଚାୟତ ର ବିଭିନ୍ନ ଦଲର କର୍ମୀ ଆଜି ଭାରତୀୟ ଜନତା ପାର୍ଟି ରେ ଶାମିଲ ହୋଇ ଛନ୍ତି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି କହିଛନ୍ତି । ତେବେ ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଆଗାମୀ ଦିନରେ ବହୁ ଲୋକ ବିଜେଡ଼ି ଓ କଂଗ୍ରେସ ଦଳ ର ନେତା ଓ କର୍ମୀମାନେ ଯୋଗାଯୋଗ ରେ ଅଛନ୍ତି ଖୁବ ଶୀଘ୍ର ସେମାନେ ବିଜେପି ରେ ଯୋଗ ଦେବେ ବୋଲି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କହିଛନ୍ତି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *