ଯୁବପିଢ଼ିହିଁ ବୌଦ୍ଧ ଦର୍ଶନର ବର୍ତ୍ତlବହବୋଧିଚକ୍ର
ପୁରୀ ଆନୁକୂଲ୍ୟରେ ଭାରତ ଯୋଗକେନ୍ଦ୍ର ବଳିଆପଣ୍ଡା ଠାରେ ମାର୍ଗଶିର ମାସ ପୂର୍ଣ୍ଣିମା ଅବସରରେ ସଭାପତି ଇଞ୍ଜିନିୟର ଗିରିଜା ଶଙ୍କର ପାଢ଼ୀଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉପସଭାପତି ଡ.ବଳରାମ ଦାଶ, ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର, ସାହୁ, ବାସୁଦେବ ସାହୁ, ରମେଶ ଚନ୍ଦ୍ର ସାହୁ, ଅଜୟ କୁମାର ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି କହିଲେ, ଶୃଙ୍ଖଳିତ ଜୀବନ ଚର୍ଯା, ସମୟାନୁବର୍ତ୍ତିତା, ସମାଜ ସେବା,ସଂସ୍କାର ବୋଧ, ସତଚିନ୍ତନ,ସତକର୍ମ,ଧର୍ମ ସଂଘ, କର୍ମରେ ବିଶ୍ୱାସ, କର୍ତ୍ତବ୍ୟ ବୋଧ, ଓ ସର୍ବୋ ପରି ଭଲ ମଣିଷ ହେବାପାଇଁ ଯୁବ ପୀଢ଼ି କଠୋର ପରିଶ୍ରମ କରିବାକୁ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l

ପ୍ରାରମ୍ଭରେ ବିପାସନା ପଦ୍ଧତିରେ ସମବେତ ଧ୍ୟାନ ଓ ବୁଦ୍ଧବନ୍ଦନା ଗାନ କରାଯାଇଥିଲା l ଧମ୍ମପଦ ଅନ୍ତର୍ଗତ ସହଶ୍ର ବର୍ଗ ରୁ କେତୋଟି ଗାଥାର ବ୍ୟାଖ୍ୟା କରାଯାଇଥିଲା l ସମ୍ପାଦକ ରାମବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ
