ଶିତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ
ଯାଜପୁର ଜିଲ୍ଲା ବ୍ୟାସନଗର ସହରର ମିଶ୍ରିଲାଲ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଶିତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ l ପାଖାପାଖି ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କାର ଶୀତବସ୍ତ୍ର ପୋଡ଼ି ନଷ୍ଟ ହୋଇଯାଇଛି l ସୂଚନାନୁସାରେ, ଆଜି ସକାଳ ପାଖାପାଖି ୮ ଟା ସମୟରେ ଯାଜପୁର ରୋଡ଼ ମିଶ୍ରିଲାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଶୀତବସ୍ତ୍ର ଦୋକାନରୁ ହଠାତ କଳା ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଅଳ୍ପ କିଛି ସମୟ ପରେ ଏହା ବିଶାଳକାୟ ଅଗ୍ନିକାଣ୍ଡ ରେ ପରିଣତ ହୋଇଥିଲା । ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ୩ ଟି ଦମକଳ ବାହିନୀ ଦ୍ୱାରା ନିଆଁ କୁ ଆୟତ୍ତ କରାଯାଇଥିବା ବେଳେ ଅଗ୍ନିକାଣ୍ଡ ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏହି ଦୋକାନକୁ ଲାଗି ରହିଥିବା ଅନ୍ୟ ଦୋକାନ ଗୁଡିକ ଅଳ୍ପକେ ବର୍ତ୍ତି ଯାଇଛି ।
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
**
