ଖସୁଛି ପାରଦ ବଢ଼ୁଛି ଶୀତ
ଖସୁଛି ପାରଦ ବଢ଼ୁଛି ଶୀତ:ସହରା ଅଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଅଧିକ। ଗରୀବ ଗୁରୁବା ବୃଦ୍ଧ,ବୃଦ୍ଧା ଓ ଅସହାୟଙ୍କ ପାଇଁ ବଡ଼ କଷ୍ଟ। ଫୁଲବାଣୀ:-୧୫।୧୨ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ସହରା ଅଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଅଧିକ ଖସୁଥିଵା ଅନୁମାନ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଅନୁମାନ ହୋଇଛି।ଗ୍ରାମାଞ୍ଚଳରେ ପାରଦ ଅଧିକ ତଳମୁହାଁ ହେଉଛି। ଏହି ଅନୁସାରେ ଶୀତ ଅଧିକ ବଢୁଥିବା ଦେଖା ଯାଉଛି। ସହରା ଅଞ୍ଚଳରେ ଶୀତତାପ ଯନ୍ତ୍ର ରହିଥିବାରୁ ସରକାରୀ ରିପୋର୍ଟ ରେକର୍ଡରୁ ଜଣା ପଡ଼ୁଛି ଓ ଏହାକୁ ପ୍ରସାରଣ ହେଉଛି।

କୁନ୍ତୁ ଗ୍ରାମାଞ୍ଚଳରେ ଏହି ଶୀତ ତାପମାପ ଯନ୍ତ୍ର ନଥିବାରୁ କେତେ ଶୀତ ରହୁଛି ତାହା ସରକାରୀ ରେକର୍ଡ଼ ଦ୍ଵାରା ପ୍ରସାରଣ କରାଯାଉନାହିଁ। ତେଣୁ ସହରା ଅଞ୍ଚଳର ଶୀତ ତାପ ଡିଗ୍ରୀ ଯଦି ୮ ଡିଗ୍ରୀ ତଳକୁ ଖସିଛି। ଗ୍ରାମାଞ୍ଚଳରେ ସେଇଟା ୭କିମ୍ବା ୬ ଡ଼ିଗ୍ରୀ ପାରଦ ତଳକୁ ଥାଉଛି। ଚଳିତ ବର୍ଷ ଏହାର ଜ୍ୱଳନ୍ତ ଉଦହରଣ ଦେଖିବାକୁ ମିଳୁଛି ଖଜୁରୀପଡ଼ା ବ୍ଲକରେ। ଏହି ବ୍ଲକର ଆଭ୍ୟାନ୍ତରୀଣଅଞ୍ଚଳ ବିଲାବାଡ଼ି ପଞ୍ଚାୟତ, ଦଳପଡ଼ା ପଞ୍ଚାୟତ,ଆଡ଼ାସିପଡ଼ା, ସୁଡ଼ୁକୁମ୍ପା,ସୁଡ୍ରେଜୁ,ଅରାପାଜୁ ଓ ଖଜୁରୀପଡ଼ା ପଞ୍ଚାୟତର ବିଭିନ୍ନ ଗାଁ ଗୁଡିକରେ। ସେହିଭଳି କନ୍ଧମାଳ ଜିଲ୍ଲାର ସମସ୍ତ ଅପହଞ୍ଚ ଇଲାକା ପଞ୍ଚାୟତର ସମସ୍ତ ଗାଁରେ ଶୀତ ସନ୍ଧ୍ୟା ୬ଟା ପୂର୍ବରୁ ପାରଦ ଖସି ଖସି ସକାଳ ସମୟକୁ ଆଉ ବାହାର କୁ ବାହାରି ହେଉନାହିଁ। ସକାଳ ୧୦ ପାଖାପାଖି ପର୍ଯ୍ୟନ୍ତ ଦେହରୁ ଶୀତ ପୋଷାକ ଲୋକେ କାଡୁ ନାହାଁନ୍ତି କି ନିଆଁ ମଧ୍ଯ ଛାଡ଼ୁ ନାହାଁନ୍ତି।। ଗତ କିଛିଦିନ ହେଲା ତୁଷାରପାତ ଭଳି କୁହୁଡ଼ି ଏତେଯୋର ମାଡ଼ି ରହି ଥାଉଛି ଯେ ସକାଳ ୯ଟା ପର୍ଯ୍ୟନ୍ତ କିଛି କୁଆଡେ଼ ଦେଖା ଯାଉନାହିଁ। ଏହା ଫଳରେ ଶୀତ ଦ୍ବିଗୁଣିତ ହେଉଥିବା ଜଣାପଡିଛି । ଅସହ୍ୟ ଶୀତ ଯୋଗୁ ଏବେ ସବୁଠି ନିଆଁ ଓ ଗରମ ଜଳର ସାହାରା ନେଉଛନ୍ତି ଅଞ୍ଚଳବାସୀ। ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଦେଖିବାକୁ ମିଳୁଛି । ହେଲେ ଗରିବ ଗୁରୁବା ବୃଦ୍ଧ,ବୃଦ୍ଧା, ଅସହାୟ ମାନଙ୍କ ପାଇଁ ଗ୍ରାମାଞ୍ଚଳରେ ଶୀତର ଦାଉ ଅଧିକାକଷ୍ଟ ଦେଉଥିବା ବେଳେ ଏଭଳି ଲଗାତର ହୁଏ ତାହେଲେ କୌଣସି ଅଘଟଣ ଘଟିବ ନାହିଁ ବୋଲି କହିହେବ ନାହିଁ। ତେଣୁ ଜିଲ୍ଲା ପ୍ରସାନ ପକ୍ଷରୁ ଗ୍ରାମାଞ୍ଚଳର ଗରିବ ଗୁରୁବା, ବୃଦ୍ଧ,ବୃଦ୍ଧା ଓ ଅସହାୟ ମାନଙ୍କ ପାଇଁ ଯେ କୌଣସି ବ୍ୟବସ୍ଥା କରାଯିବାକୁ ଦାବିହେଉଛି।
