ନିମାପଡା ମହୋତ୍ସବ କମିଟିର ସାମ୍ବାଦିକ ସମ୍ମିଳନୀ

ନିମାପଡା ( ) ଶୀତୁଆ ସନ୍ଧ୍ୟାର ବର୍ଣ୍ଣାଢ ପରିବେଶରେ ଆରମ୍ଭ ହେବାକୁ ଯାଉଛି 24 ତମ ନିମାପଡା ମହୋତ୍ସବ। ଏ ନେଇ ନିମାପଡା ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଆସନ୍ତା 25 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହେବ। ଚଳିତ ବର୍ଷ ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର କରାଯିଵା ସହ ଆକର୍ଷଣୀୟ କରାଯିବ ବୋଲି ହେଲ୍ପ ଲାଇନର ସଭାପତି ଅକ୍ଷୟ କୁମାର ସାହୁ ସୂଚନା ଦେଇଛନ୍ତି। ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ, ପୂର୍ବତନ ସାଂସଦ ତଥା ଚଳଚିତ୍ର ଅଭିନେତା ଅନୁଭବ ମହାନ୍ତି, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଯୋଗ ଦେବେ। ଦ୍ୱତୀୟ ସନ୍ଧ୍ୟାରେ ଶ୍ରୀମତୀ ପ୍ରଭାତୀ ପରିଡା ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ଏବଂ ଶେଷ ସନ୍ଧ୍ୟାରେ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଭାରତ ନାଟ୍ୟମ. ଓଡିଶୀ ନୃତ୍ୟ, ଆଦିବାସୀ ନୃତ୍ୟ ଦ୍ୱିତୀୟ ସନ୍ଧ୍ୟାରେ କୁଚିପୁଡ଼ି ନୃତ୍ୟ,ସମ୍ବଲପୁରୀ ନୃତ୍ୟ,ଲୋକନୃତ୍ୟ ଏବଂ ଶେଷ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟ ସହ ବଲିଉଡ,ଓଲିଉଡ଼ ନୃତ୍ୟ ପରିବେଷଣ କରାଯିବାକୁ ସ୍ଥିର କରାଯାଇଛି। ଉତ୍ସବର ପ୍ରଥମ ଦିନରେ ନିମାପଡା ବସଷ୍ଟାଣ୍ଡ ନିକଟରୁ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ଏକ ସଂକୃତିକ ଶୋଭାଯାତ୍ରା ବାହାରି ମୁକ୍ତାକାଶ ରଙ୍ଗମଞ୍ଚରେ ନିକଟରେ ପହଂଚିଵା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।କାର୍ଯ୍ୟକ୍ରମର ଶେଷ ଦିନରେ ସକାଳ 9ଘଟିକା ସମୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି କମିଟି ସମ୍ପାଦକ ସୂଚନା ଦେଇଛନ୍ତି। ମହୋତ୍ସବ କମିଟିର ସମ୍ପାଦକ ନିଗମାନନ୍ଦ ସାହୁ ହେଲ୍ପ ଲାଇନର ସଭାପତି ଅକ୍ଷୟକୁମାର ସାହୁ, ଉପଦେଷ୍ଟା ନିର୍ମଳ ମିଶ୍ର, ରମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *