ପ୍ରଭୁ ଗୋରେଖନାଥଙ୍କ ହୁଣ୍ଡି ଗଣତି ଶେଷ
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ଅନ୍ତର୍ଗତ କେରେକେରା ଗ୍ରାମସ୍ଥିତ ବିଭୁତିକ୍ଷେତ୍ର ପ୍ରଭୁ ଗୋରେଖନାଥ ଙ୍କ ହୁଣ୍ଡିରୁ ଶେଷ ପର୍ଯ୍ୟାୟ ଗଣତି ପରେ 14 ଲକ୍ଷ 74 ହଜାର 45 ଟଙ୍କା ଆୟ ହୋଇଛି. ପିଠର କାର୍ଯ୍ୟନିର୍ବାହୀ ଅଧିକାରୀ , ଏନଡାମେଣ୍ଟ ଇନ୍ସପେକ୍ଟର ଶକ୍ତି ପ୍ରସାଦ ନାୟକ ଙ୍କ ନିର୍ଦ୍ଦେଶନାରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା. ଏହି ଗଣତିରେ ଜିଲାପାଳଙ୍କ

କାର୍ଯ୍ଯାଳୟ,ତହସିଲ କାର୍ଯ୍ଯାଳୟ,ବ୍ଯାଙ୍କ କର୍ମଚାରୀ ଓ ସମାଜ ବିକାଶ ମିସନ୍ ଅନୁଷ୍ଠାନ ର ପିଲାମାନେ ସାମିଲ ହୋଇଥିଲେ. ପିଠର କିରାଣୀ ସରୋଜ କୁମାର ସାହାଣୀ,ପ୍ରମୋଦ କୁମାର ମହାନ୍ତି ଏହି ଗଣତିରେ ସହଯୋଗ କରିଥିଲେ.ହୁଣ୍ଡିରୁ ଆୟ ହୋଇଥିବା ସମସ୍ତ ଅର୍ଥରାଶି ତିର୍ତ୍ତୋଲ ସ୍ଥିତ ଇକୋ ବ୍ୟାଙ୍କରେ ପ୍ରଭୁ ଗୋରେଖନାଥଙ୍କ ଆକାଉଣ୍ଟ୍ ରେ ଡିପୋଜିଟ୍ ହୋଇଥିଲା.ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
