ଆଠଦିନ ଧରି ଚାଲିଥିବା ଆନନ୍ଦପୁର ବାଣିଜ୍ୟ ମେଳା ଉଦଯାପିତ

** ଆନନ୍ଦପୁର ଷ୍ଟାଡିଅମ ପଡିଆରେ ଡିସେମ୍ବର ୧୫ ତାରିଖ ବାଣିଜ୍ୟ ମେଳା ଉଦଘାଟନ ଉତ୍ସବ ରେ ଆନନ୍ଦପୁର ର ଦୁଇ ବିଧାୟକ ଅଭିମନୁ ସେଠୀ ଏବଂ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିବାବେଳେ ଆଠ ଦିନ ଧରି ଚାଲିଥିବା ଏହି ମେଳାରେ ବହୁ ଲୋକଙ୍କ ସମାଗମ ହୋଇଥିଲା l ସବୁଦିନ ସାଂକୃତିକ କାଯ୍ୟକ୍ରମ ସାଙ୍ଗକୁ କଟକ ଏବଂ ଭୁବନେଶ୍ୱର ମେଲୋଡି ସଂଗୀତ ସହ ଓଡିଶୀ ନୃତ୍ୟ ଶ୍ରୋତାଙ୍କ ମନଜୀଣିଥିଲା l ବିଭିନ୍ନ ପ୍ରକାର ଷ୍ଟଲ ରାମଦୋଳି ସର୍କସରେ ବହୁ ଲୋକଙ୍କ ଭିଡ ଜମିଥିଲା l ଆନନ୍ଦପୁର ବାଣିଜ୍ୟ ମେଳlର ଶେଷଦିନ ଉଦଯାପନୀ ଦିବସରେ ନିଜ ଜିଲ୍ଲାର ସାଂସଦ ଅନନ୍ତ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦର୍ଶକଙ୍କୁ ଆନନ୍ଦପୁର ର ବିକାଶ ପାଇଁ ରେଳପଥ ସହ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ସ୍ଥାପନ ସହ ଅନ୍ୟାନ୍ନ ବିକାଶ କାଯ୍ୟକ୍ରମ କୁ ତୁରନ୍ତ ସରକାର ଧ୍ୟାନ ଦେଇ ଆଗେଇନେଉଥିବାର ସଂକେତ ଦେଇଥିଲେ l ପ୍ରେସ କ୍ଲବର ସଭାପତି ନାରାୟଣ ସାହୁ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ସନ୍ତୋଷ କୁମାର ରାଉତ ନିଜର ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏହିମେଳାରେ ଭାବର ଆଦାନ ପ୍ରଦାନ ସହ ପରସ୍ପର ମଧ୍ୟରେ ସାକ୍ଷାତ ଏକ ଅଭୁଲା ସ୍ମୁତି ହୋଇ ରହିବା ସଙ୍ଗେ ସଙ୍ଗେ ଭାଇ ଚାରlର ଆଦାନପ୍ରଦାନ ସବୁଦିନେ ମନେରହିବ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ l ଶେଷରେ ମେଲୋଡି କାଯ୍ୟକ୍ରମରେ ପପୁ ଯାଦବଙ୍କ ସଂଗୀତ ଶ୍ରୋତାଙ୍କ ମନ ଜିଣିଥିଲା l

Leave a Reply

Your email address will not be published. Required fields are marked *