ଚାକିରି ସର୍ଭାବଳୀ ଏବଂ ପେନସନ ଦାବିରେ ୪୮୮ ବର୍ଗ ଶିକ୍ଷକ
ଚାକିରି ସର୍ଭାବଳୀ ଏବଂ ପେନସନ ଦାବିରେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀସଂଘର ରାଜମାର୍ଗରେ ସ୍ବାଭିମାନ ବଞ୍ଚାଅ ଆନ୍ଦୋଳନଭୁବନେଶ୍ୱର, ତା ୨୬/୧୨/୨୦୨୪ରିଖ, ନିଯୁକ୍ତ ତାରିଖକୁ ଭିଭି କରି ଚାକିରି ସର୍ଭାବଳୀ ଓ ପେନସନଦାବୀରେ ନିଖି ଳ ଓଡ଼ିଶା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ୨୬ତାରିଖ ଗୁରୁବାର ଦିନ ରାଜରାସ୍ତାକୁ ଓହ୍ଲାଇଛି ।୪୮୮ ବର୍ଗ ମହାବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ, ୨୦୦୯ ଗ୍ରାଣ୍ଟ ଇନ ଏଡ ନିଯମ ଅନୁସାରେଅନୁଦାନ ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନେ ସରକାରଙ୍କ ସମସ୍ତ ନିର୍ଦେଶାବଳୀକୁ ମାନି ଦୀର୍ଘ୨୫ ରୁ ୩୦ ବର୍ଷ କାର୍ଯ୍ୟ କଲାପରେ ମଧ୍ୟ ଏପର୍ଯ୍ୟନ୍ତ ସରକାର ସେମାନଙ୍କ ପାଇଁ ଚାକିରି ସର୍ଭାବଳୀତଥା ପେନସନ ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ଦାବି ଏବଂ ଧାରଣା ଦେବା ସତ୍ତ୍ବେ ମଧ୍ୟ ସରକାରକୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଏହି ପୁରାତନ କଲେଜ ମାନଙ୍କରେ ଅନ୍ୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀସବୁ ପ୍ରକାର ସରକାରୀ ସୁବିଧା ପାଉଥିବା ବେଳେ ଏହି ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁସରକାର ସାବତ ପୁଅ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପେନସନ ବ୍ୟବସ୍ଥା ନ ଥିବାରୁ ଚାକିରିରୁଅବସର ଗ୍ରହଣ କଲା ପରେ ସେମାନଙ୍କର ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇ ପଡୁଛି। ବିଭିନ୍ନ ସମୟରେସରକାର ବାରମ୍ବାର ଏମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛନ୍ତି। ନୂତନ ସରକାରଙ୍କ ସହ ଅନେକ ଥରଆଲୋଚନା ହୋଇଥିଲେ ମଧ୍ୟ ଫଳାଫଳ ସମାନ ଅର୍ଥାତ ଖାଲି ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ କୌଣସିସକାରାତ୍ମକ ପଦକ୍ଷେପ ନିଆଯାଇନାହିଁ। ଅପର ପକ୍ଷରେ ଏକ ଅମଲାତାନ୍ତ୍ରିକ ଚକ୍ରାନ୍ତର ଫଳ ସ୍ଵରୂପ୨୫/୩୦ ବର୍ଷର ଅଭିଜ୍ଞତା ଥିବା ବରିଷ୍ଠ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଉପେକ୍ଷା କରି ୨୦୧୬ମସିହାରେ SSB ଜରିଆରେ ମନୋନୀତ ହୋଇଥିବା ଅଧ୍ୟାପକମାନଙ୍କୁ ବରିଷ୍ଠ କରିବା ପାଇଁ ହୀନ ଉଦ୍ୟମକରାଯାଉଛି । ୨୫/୩୦ ବର୍ଷର ଅଭିଜ୍ଞତା ଥିବା ଲୋକଙ୍କୁ ଉପେକ୍ଷା କରି ମାତ୍ର ୮ ବର୍ଷ ଚାକିରି କରିଥିବାଲୋକଙ୍କୁ କିଛି ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ଦେଇଥିବା ସରକାରଙ୍କ ଏହି ଭୁଲ ପ୍ରକ୍ରିୟାକୁ ସଂଘସଭାପତି ଶ୍ରୀ ମାନସ ପୁର��
