କାମାକ୍ଷାନଗର ରେ ବିଜେଡି ର ୨୮ତମ ପ୍ରତିଷ୍ଠାଦିବସ ପାଳିତ
ସାରା ରାଜ୍ୟ ରେ ଆଜି ୨୮ ତମ ପ୍ରତିଷ୍ଠା ଦିବସ ପାଳୁଛି ଦେଶ ର ଅନ୍ୟତମ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପରିଗଣିତ ବିଜୁ ଜନତା ଦଳ l ସେହି କ୍ରମ ରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରତିଷ୍ଠା ଦିବସ କାମାକ୍ଷାନଗର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ l ବିଗତ ୨୭ ବର୍ଷ ଧରି ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ରାଜ୍ୟ ର ସ୍ୱାର୍ଥରକ୍ଷା ପାଇଁ ଅନେକ କିଛି ଯୋଜନା କରିଛନ୍ତି l ରାଜ୍ୟରେ ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଶିକ୍ଷା, ଓ ଶିଳ୍ପ କ୍ଷେତ୍ର ରେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜେଡି ଅନେକ କିଛି କାର୍ଯ୍ୟ କରିଯାଇଥିବା ବେଳେ ସମଗ୍ର ଦେଶ ରେ ଓଡିଶା ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି l ବର୍ତମାନ ଶାସନ ରେ ନଥିଲେ ମଧ୍ୟ ଓଡିଶା ର ଉନ୍ନତି ତଥା ରାଜ୍ୟ ର ସାଢେ ଚାରି କୋଟି ଓଡ଼ିଆ ଙ୍କ ହକ ପାଇଁ ବିଜେଡି ସର୍ବଦା ଲଢେଇ କରିବ l ଆଗାମୀ ସମୟରେ ସମସ୍ତେ ଏକଜୁଟ ହୋଇ ଓଡିଶା ର ସ୍ୱାର୍ଥ ପାଇଁ ତୃଣମୂଳ ସ୍ତର ରୁ ମିଥ୍ୟା ର ପ୍ରତିଶୃତି ଦେଇ କ୍ଷମତା କୁ ଆସିଥିବା ବିଜେପି ଦଳ ବିରୋଧ ରେ ଲଢେଇ ଜୋରଦାର ହେବା ନେଇ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷ ସିପ୍ରା ବରାଳ, ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
