ଫସଲ ହାନିର କ୍ଷତିପୂରଣ ଦାବି

ବ୍ରହ୍ମପୁର – ଚଳିତ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ଧାନ ଓ ପରିବା ଫସଲ ଏବଂ ମୁଗ, ବିରି ବିହନ କ୍ଷତିର କ୍ଷତିପୂରଣ ପ୍ରଦାନ ପାଇଁ ପାର୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ ଓ ପରିବା ଫସଲ ର କ୍ଷତିପୂରଣ ପ୍ରଦାନ ପାଇଁ ଅତିଶିଘ୍ର ବ୍ୟବସ୍ଥା କରିବା, ଉଭୟ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ଅର୍ଥ ମିଳିବା ପାଇଁ ପଦକ୍ଷେପ ନେବା, ଚାଷୀଙ୍କର ଋଣ ଓ କର ଛାଡ କରିବା ଏବଂ ଚାଷୀ ଓ ଭାଗଚାଷୀଙ୍କର ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରିବା ପାଇଁ ପାର୍ଟି ପକ୍ଷରୁ ଦାବୀ କରାଯାଇଛି।ଏକ ଚାରି ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ଅତିଶିଘ୍ର ପଦକ୍ଷେପ ଗ୍ରହଣ ନ କଲେ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟିର ଆଶଙ୍କା ସୃଷ୍ଟି ହେବବୋଲି ସତର୍କ କରିଥିଲେ।କ୍ଷୟକ୍ଷତି ଆକଳନ ସମ୍ପର୍କରେ ନିଆଯାଉଥିବା ପଦକ୍ଷେପକୁ ପ୍ରଶାସନ ଲୋକଙ୍କୁ ସ୍ୱଷ୍ଟ ସୂଚନା ଦେବାକୁ ଦାବୀ କରିଥିଲେ।ନଚେତ ସାଧାରଣ ଚାଷୀ ଦଲାଲମାନଙ୍କ ଶିକାର ହେବା ଆଶଙ୍କା ରହିଛି ବୋଲି ସତର୍କ କରାଇଥିଲେ।ସେହିଭଳି ଚାଷୀମାନେ କ୍ଷତିପୂରଣ ସଂକ୍ରାନ୍ତରେ ଯେ କୌଣସି ଅଭିଯୋଗ ପାଇଁ RI କିମ୍ବା ତହସିଲଦାର ମାନଙ୍କୁ ଯୋଗାଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରକାଶ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବରିଷ୍ଠ ନେତା କୈଳାଷ ଷଡଙ୍ଗୀ, ହରୀକୃଷ୍ଣ ରେଡି, ରାମଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ଦିଲ୍ଲୀପ ଛୋଟରାୟ, ଶିବ ପ୍ରସାଦ ମହାପାତ୍ର, ବିଜୟ ବିଶୋଇ, ଅଜୟ ଗୌଡ଼,ଖଲି ସ୍ୱାଇଁ,ଵିଷ୍ଣୁ ପ୍ରିୟା ସାହୁ, ବାପୀନି ନାୟକ ଏବଂ ଖଣ୍ଡଦେଉଳି ସରପଞ୍ଚ ବୈରାଗି ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *