ମୁଜାଗଡ ଇଣ୍ଟର କ୍ରିକେଟ ଟୁର୍ଣ୍ଣାମେଣ୍ଟ
ମୁଜାଗଡ ଇଣ୍ଟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ପୋଲସରା ବିଜୟୀ ଭଂଜନଗର ୨୭/୧୨: ଭଂଜନଗର ବ୍ଲକ୍ ମୂଜାଗଡ ମିନି ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏମ ସି ସି ଚାମ୍ପିଅନସିପ। ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ପୂର୍ବତନ ସରପଂଚ ଶିବ ଶଙ୍କର ପ୍ରଧାନ ଉଦଘାଟନ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟିମ୍ ଭାଗ ନେବେ। ଉଦଘାଟନୀ ମ୍ୟାଚରେ ଡ୍ରିମ୍ ଏକାଦଶ ପୋଲସରା ଏବଂ ବାହାଡ଼ାପଦର ମଧ୍ୟରେ ହୋଇଥିଲା। ଟସ୍ ଜିତି ପୋଲସରା ଅଧିନାୟକ ସିତୁ ବୋଲିଂ ର ନିଷ୍ପତି ନେଇଥିଲେ ।

ବାହାଡ଼ାପଦର୍ ଟିମ୍ ନିର୍ଦ୍ଧାରିତ ୧୫ ଓଭୋର ରେ ସମସ୍ତ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରୁଥିଲେ। ଜବାବରେ ପୋଲସରା ୯.୨ ବଳରେ ୩ ଟି ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ମୋହନ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆୟୋଜକ ଟିମ୍ ତରଫରୁ ବ୍ରଜବନ୍ଧୁ ସାହୁ ଓ ସୁମନ୍ତ ସାହୁ ମ୍ୟାଚ ପରିଚାଳନା କରିଥିବା ବେଳେ ଆଦିତ୍ୟ ବେହେରା, ଦୀପକ୍ ସାହୁ ଧାରା ବିବରଣୀ ଜାରି ରଖିଥିଲେ। ରାକେଶ କୁମାର ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରିଥିଲେ।
