ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଦ୍ଵାଦଶଓ ତ୍ରୟୋଦଶ ମିଳିତ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ଜଟଣୀ ତା ୨୮-୧୨-୨୪( ଆଇ ଆଇ ଟି ) ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଭୁବନେଶ୍ଵର ଦ୍ଵାଦଶ ଓ ତ୍ରୟୋଦଶତମ ସମାବର୍ତ୍ତନ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ୧୩୮୮ଜଣ ଛାତ୍ର ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ଆଣବିକଶକ୍ତି ବିଭାଗର ସଚିବ ଡ ଅଜିତ୍ କୁମାର ମହାନ୍ତି ଓ ଭାରତ ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଡ ଅଭୟ କରଣ୍ଡିକର ଯୋଗ ଦେଇଥିଲେ।

ଆଇ ଆଇ ଟି ଭୁବନେଶ୍ଵରର ବୋର୍ଡ ଅଫ ଗଭର୍ଣ୍ଣର୍ସ ର ଅଧ୍ୟକ୍ଷ ଡ ରାଜେନ୍ଦ୍ର ପ୍ରସାଦ ସିଂହ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ସମାବର୍ତ୍ତନ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଡିଗ୍ରୀ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ରାଷ୍ଟ୍ରପତି ସ୍ଵର୍ଣ୍ଣ ପଦକ, ଶ୍ରେଷ୍ଠ ଶୈକ୍ଷିକ ପ୍ରଦର୍ଶନପାଇଁ ନିର୍ଦ୍ଦେଶକଙ୍କ ସ୍ଵର୍ଣ୍ଣ ପଦକ, ରୌପ୍ୟ ପଦକ, ଏଣ୍ଡୋମେଣ୍ଟ ପୁରସ୍କାର, ଏମ ଟେକ୍, ବି ଟେକ , ଡୁଆଲ ଡିଗ୍ରୀ, ଏମ ଏସସି ଓ ଶ୍ରେଷ୍ଠ ମହିଳା ସ୍ନାତକ ପୁରସ୍କାର ମୂଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରଦାନ କରିଥିଲେ । ଆଇ ଆଇ ଟି ଭୁବନେଶ୍ଵର ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଆଇ ଆଇ ଟି କୁଳସଚିବ ବାମଦେବ ଆଚାର୍ଯ୍ୟ , ପ୍ରଫେସର ଶାନ୍ତନୁ ପାଲ , ପ୍ରଫେସର ଚନ୍ଦ୍ରଶେଖର ଏନ୍ ଭେଣ୍ଡେ ମଞ୍ଚାସୀନ ଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ସମାବର୍ତ୍ତନ ଉତ୍ସବ ଶେଷ କରା ଯାଇଥିଲା ।
ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
