ବାପା ବାପା ଡାକ କାହାକୁ ଡାକିବି
ବାପା ମୋର ଚାଲିଗଲେ
ସ୍ନେହ ଶରଧା ରୁ ବଞ୍ଚିତ ହୋଇଲି
ସ୍ବର୍ଗଗାମୀ ବାପା ହେଲେ
ବାପା ମୋ’ର ଚାଲିଗଲେ।
ଗୀତା ଜୟନ୍ତି ରେ ଗୀତା ବୋଲୁ ଥିଲେ
ସେହିଦିନ ସେହି ଗଲେ
ଭଗବତୀ ପୂଜା କରୁଥିଲେ ବାପା
ଭଗବତ୍ ପ୍ରାପ୍ତି ହେଲେ
ସେହି ଦିନ ଚାଲିଗଲେ।
ସୂର୍ଯ୍ୟାସ୍ତ ପୂର୍ବରୁ ମୋକ୍ଷ ଲାଭକଲେ
ସୂର୍ଯ୍ୟ ଙ୍କ କୃପା ଲଭିଲେ
ଭଗବତ୍ ଗାଦି ପୂଜା କରୁଥିଲେ
ବିଷ୍ଣୁ ପଞ୍ଜୁରୀ କୁଗଲେ
ସୂର୍ଯ୍ୟ ଙ୍କ କୃପା ଲଭିଲେ।
ବୟାନବେ ବର୍ଷେ ସଂସାର ରୁ ଗଲେ
ଆତ୍ମିୟ ସତ୍ଜନ ଛାଡି
ମାଆ ମୋ’ର କେତେ ସେବା ଦେଉଥିଲେ
ପାଇଛନ୍ତି ଆଗ ଧାଡି
ଆତ୍ମିୟ ସତ୍ଜନ ଛାଡି।
ଗଢିଥିଲେ କେତେ ଅନୁଷ୍ଠାନ ସିଏ
ଆଗ ଧାଡି ରେ ଯେ‌ରହି
ଶ୍ରଦ୍ଧାଞ୍ଜଳୀ କେତେ ପାଇଛନ୍ତି ବାପା
ମନେ‌ ରଖିଛୁ ତହିଁ
ଆଗଧାଡି ରେ ଯେ ରହି
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ )
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ

Leave a Reply

Your email address will not be published. Required fields are marked *