ସମାଧାନ ପାଇଁ ଆଜି ଅଣ୍ଟା ଭିଡିଛି ଜ଼ିଲ୍ଲା ପ୍ରଶାସନ

ଭଦ୍ରକ 15 ନମ୍ବର ୱାର୍ଡ କୁଆଁସ ଗ୍ରାମରେ ଥିବା ଡଗରାସାହି ନଦୀ ଘାଟ ବିବାଦୀୟ ହୋଇ ପଡ଼ିଥିବା ବେଳେ ଏହାର ସ୍ଥାଇ ସମାଧାନ ପାଇଁ ଆଜି ଅଣ୍ଟା ଭିଡିଛି ଜ଼ିଲ୍ଲା ପ୍ରଶାସନ | ଦୀର୍ଘ ଦିନ ଧରି ଏହି ଘାଟ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ଙ୍କ କବ୍ଜା ରେ ଥିଲା | ଫଳରେ ସ୍ଥାନୀୟ ଗ୍ରାଆବାସି ମାନେ ବିଭିନ୍ନ ସମୟରେ ଅସୁବିଧା ର ସମୁଖୀନ ହେଉଥିବା ବେଳେ ବର୍ଷା ସମୟରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା | ସ୍ଥାନୀୟ ବାସିନ୍ଦା ଓ ୱାର୍ଡ ମେମ୍ବର ଜ଼ିଲ୍ଲା ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରିବା ପରେ ଆଜି ଭଦ୍ରକ ତହସିଲଦାର ଙ୍କ ନିର୍ଦେଶ ରେ ନଦୀ ଘାଟ ର ପୁନଃରୁଦ୍ଧାର ପାଇଁ ମାପ ଚୁପ କରିବା ସହିତ ଯଥାଶୀଘ୍ର ଘାଟ କୁ ଗ୍ରାମବାସୀ ଙ୍କ ସେବାରେ କାର୍ଯକାରୀ କରା ଜିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବରଭଦ୍ରକ ରୁ

ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ,ଭଦ୍ରକ

Leave a Reply

Your email address will not be published. Required fields are marked *