ପ୍ରକୃତି ର ସୁରକ୍ଷା ଓ ପରିବେଶ କୁ ସ୍ଵଛତା ରଖିବାପାଇଁ ଉତ୍ସର୍ଗ ପରିବାର ସଂକଳ୍ପବଦ୍ଧ
ପ୍ରକୃତି ର ସୁରକ୍ଷା ଓ ପରିବେଶ କୁ ସ୍ଵଛତା ରଖିବାପାଇଁ ଉତ୍ସର୍ଗ ପରିବାର ସଂକଳ୍ପବଦ୍ଧ l lଗୋପ ( 01/1/25)ଆମେ କିଛି ନା କିଛି ଖବର ବିଭିର୍ନ୍ନ ମାଧ୍ୟମରେ ଦେଖୁଛେ ଵା ଶୁଣୁଛେ ପ୍ରାକୃତିକ ବିପର୍ଯ୍ୟୟ ରେ ଧନ ଜୀବନ ହାନୀ ହେଉ କୀ ସଡ଼କ ଦୃଘଟଣା ରେ ମୃତ୍ୟୁ ହେଉ କୀ ଅଂଶୁଘାତ ରେ ବ୍ୟକ୍ତି ର ମୃତ୍ୟୁ ହେଉ ଏମିତି ଅନେକ ଅଘଟଣ ଘଟୁଛି l ବର୍ତମାନ ସମଗ୍ର ବିଶ୍ୱ ରେ ପରିବେଶ ଅସନ୍ତୁଳନ ସହିତ ଅବକ୍ଷୟ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି l ତାର ମୁଖ୍ୟ କାରଣ ଆମର ଆବଶ୍ୟକତା ପାଇଁ ଦୈନିକ କୋଟି କୋଟି ସଂଖ୍ୟାରେ ଗଛ କଟାଚାଲିଛି ଏହାର ପରିଣାମ ଆମକୁ ନଚେତ ଆମ ପଡୋଶୀ ଙ୍କୁ ହିଁ ଭୋଗିବାକୁ ପଡୁଛି l କେଉଁଠି ପ୍ରଚୁର ପରିମାଣରେ ବୃଷ୍ଟିପାତ ହେଉଛି ତ କେଉଁଠି ଜମାରୁ ବି ବର୍ଷା ହେଉନାହିଁ ତ ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟି ଶତାଧିକ ଲୋକେ ମୃତ୍ୟୁ ବରଣ କରୁଛନ୍ତି l ଏଥିପାଇଁ ଆମେ ପ୍ରଥମେ ସଚେତନତା ହେବା ଆଉ ଅନ୍ୟକୁ ମଧ୍ୟ ସଚେତନତା କରାଇବା l ଏ ସବୁ ପ୍ରାକୃତିକ ବିପର୍ଯ୍ୟୟ କୁ କିପରି ସାମ୍ନା କରାଯାଇପାରିବ ଓ ପ୍ରତିକୂଳ ପରିସ୍ଥିତିରେ ନିଜକୁ କିପରି ସୁରକ୍ଷିତ ରଖିପାରିବା ସେଥିପାଇଁ ସଦାସର୍ବଦା ତତ୍ପରତା ଅବଲମ୍ବନ କରନ୍ତି ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ “ଉତ୍ସର୍ଗ ପରିବାର” ର ସମସ୍ତ ସଦସ୍ୟମାନେ l

ଚଳିତ ବର୍ଷ ଆରମ୍ବରୁ ବର୍ଷ ଶେଷ ପର୍ଯ୍ୟନ୍ତ ବିଭିର୍ନ୍ନ ପ୍ରକାର ସେବାରେ ନିଜକୁ ନିୟୋଜିତ କିପରି କରାଯିବା ସେଥିପାଇଁ ଆଜି ସପ୍ତମ ପ୍ରତିଷ୍ଠା ଦିବାରେ ପ୍ରତେକ ଗ୍ରାମ କୁ ସବୁଜିମା କରିବା ପାଇଁ ଆଜି ଉତ୍ସର୍ଗ ପରିବାର ସଂକଳ୍ପବୋଧ l ଆଜିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଗାମୀ ବର୍ଷକ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା l ଏଥିରେ ଗୋପ ଅଗ୍ନିଶ୍ରମ ବିଭାଗୀୟ ଅଧିକାରୀ ମନୋଜ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟବକ୍ତା ଭାବେ ଗୋପ କଲେଜ ର ପୂର୍ବତନ ଅଧକ୍ଷ ତଥା ବାନରସେନା ପତ୍ରିକାର ସମ୍ପାଦକ ପ୍ରକାଶ ଚଦ୍ର ଖଟୋଇ l ସମ୍ମାନିତ ଅତିଥି ଭାବେ ଗୋପ ର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ରାମକୃଷ୍ଣ ମହାନ୍ତି, ବରିଷ୍ଟ ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟାୟ, ସଚ୍ଚିଦାନନ୍ଦ ଗୋଛାୟତ, ଶତ୍ରୁଘନ ସେନାପତି, ପ୍ରଶାନ୍ତ କୁମାର ରାୟ, ପ୍ରଧାନଶିକ୍ଷୟତ୍ରୀ ସ୍ନେହଲତା ପରିଡା, ମାନସୀ ସାହୁ ପ୍ରଭୁତି ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଗୋପ ଅଞ୍ଚଳ ର ଜଣାଶୁଣା ଟ୍ୱଇଟର ଆକ୍ଟିଭିଟିସ ସନ୍ତୋଷ କୁମାର ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସର୍ବଶେଷରେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ବିଷ୍ଣୁ ମୋହନ ପ୍ରଦାନ ଦାନ୍ୟବାଦ ଅର୍ପଣ କରିଥିଲେ l
ଗୋପ ରୁ ମୃତ୍ୟୁଞ୍ଜୟ ମହାପାତ୍ର
