ସଡକ ସୁରକ୍ଷା ସଚେତନତା ଅଭିଯାନ
ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିଦ କୁମାର ରାଉତରାୟ, ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତି, SDPO ରଶ୍ମିରଞ୍ଜନ ସାହୁ, ସୁରେନ୍ଦ୍ର ନାଥ ତ୍ରିପାଠୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସଡକ ସୁରକ୍ଷା ସଚେତନତା ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ଏକ ସଚେତନତା ରଥ ଉଦଘାଟନ କରାଯିବା ସହିତ ଏହି ରଥ ଏକ ମାସ ଧରି ଜିଲ୍ଲାର 8ଟି ବ୍ଲକ ଓ ଦୁଇଟି ମୁନିସିପଲଟି ବୁଲି ଲୋକଙ୍କୁ ସଚେତନତା କରିବା ବୋଲି ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ କହିଛନ୍ତି ।
