ତଅଁରା ପଞ୍ଚାୟତ ବୁଥ୍ କମିଟି ବୈଠକ ଅନୁଷ୍ଠିତ.

ତାରପୁର ମା ନାରାୟଣୀ ପୀଠରେ ବିଜେପି ର ବୁଥ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ସଭାରେ ସଭାପତି ଆଶୁତୋଷ ସାମଲ ପୌରୋହିତ୍ୟ କରିଥିଲେ. ଏଥିରେ ମୁଖ୍ୟ ଅତିଥି ଭାବେ ରାଜକିଶୋର ବେହେରା ଯୋଗଦେଇ କହିଥିଲେ ଯେ ତୃଣମୂଳ ସ୍ତରରେ ବା ପଞ୍ଚାୟତ ସ୍ତରରେ ଆମ ସଙ୍ଗଠନକୁ ମଜଭୁତ କରିବାକୁ ହେବ,ବର୍ତ୍ତମାନ ଆମ ଡବଲ ଇଂଜିନ୍ ସରକାର ଅଛି ସେଥିପାଇଁ ଆମକୁ ଆହୁରି ସଶକ୍ତ କରିବାର ସୁଯୋଗ ଆସିଛି ସମସ୍ତେ ମିଳିମିଶି ରହି କାମ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ. ଏହି ବୈଠକରେ ଜିଲ୍ଲା ଉପସଭାପତି ମୋହିତ ମହାନ୍ତି,ମଣ୍ଡଳ ସଭାପତି ସୁଶାନ୍ତ କୁମାର ମହାନ୍ତି,ମଣ୍ଡଳ ଜେନେରାଲ ସେକ୍ରେଟେରୀ ଲୁପେନ୍ଦ୍ର ମିଶ୍ର ,ପଞ୍ଚାୟତ ପ୍ରମୁଖ ପୂର୍ଣ୍ଣଚନ୍ଦ୍ର ସାହୁ,ନିତ୍ୟାନନ୍ଦ ସ୍ଵାଇଁ,ସର୍ବେଶ୍ଵର ସ୍ଵାଇଁ,ଅଭୟ ସେଠୀ ଓ ବହୁ ଗୁଣୀ ଜ୍ଞାନୀ ଯୋଗ ଦେଇଥିଲେ ଏବଂ ପଞ୍ଚାୟତର ମହିଳା ମାନେ ଯୋଗ ଦେଇଥିଲେ. ସର୍ବଶେଷରେ ପ୍ରଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ.

Leave a Reply

Your email address will not be published. Required fields are marked *