ଭାଙ୍ଗିଲା ଘର, ଖାଇଲା ଧାନ ଚାଉଳ ଏବଂ ଉଜାଡିଲା ଫସଲ।

କାମାକ୍ଷାନଗର୦୩.୦୧.୨୦୨୫ଆଙ୍କର -ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗ୍ରାମରେ ଉପଦ୍ରବ କଲା ଗୋଠଛଡା ଦନ୍ତା। ଗ୍ରାମ ଭିତରେ ପଶି ଭାଙ୍ଗିଲା ଘର, ଖାଇଲା ଧାନ, ଚାଉଳ ଏବଂ ଉଜାଡିଲା ଫସଲ। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୃଦ୍ଧ ଦମ୍ପତ୍ତି। ଗ୍ରାମର ଦୟାନିଧି ଦଳେଇ ଓ ତାଙ୍କ ସ୍ତ୍ରୀ ଶୋଇଥିବା ବେଳେ ଗୋଠ ଛଡା ଦନ୍ତା ହାତୀଟି ଘର ଦ୍ୱାର ଭାଙ୍ଗି ପ୍ରଥମେ ଧାନ ବସ୍ତାକୁ ଟେକି ନେଇଥିଲା। ପରେ ଘର କାନ୍ଥ ଭାଙ୍ଗି ଚାଉଳ ଖାଇବା ସହ ଗ୍ରାମର ବୁନୁ ସାହୁ ଏବଂ ବାବୁଲି ସାହୁଙ୍କ କୋବି ଫସଲ ନଷ୍ଟ କରିଥିଲା। ଏଥିସହିତ ଗାଁରେ ବ୍ୟାପକ ପରିମାଣର ଧାନ, ଆଖୁ, ବାଇଗଣ ଫସଲ ମଧ୍ୟ ଉପଦ୍ରବ ହୋଇଥିବା ଅଭିଯୋଗ ହୋଇଛି। ଦୟାନିଧି ଏବଂ ତାଙ୍କ ସ୍ତ୍ରୀ ଦନ୍ତା ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦନ୍ତା ଆକ୍ରମଣ ଏବଂ ଉପଦ୍ରବକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ଥିବା ଜଣାପଡିଛି। ସେପଟେ ଦନ୍ତା ହାତୀଟି ଗାଁ ପାଖ ବାରବାଙ୍କ ଜଙ୍ଗଲକୁ ଚାଲି ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *