ଧରାକୋଟ ରେ ଧାନ ମଣ୍ଡି ଉଦ୍ଘାଟିତ

ଧରାକୋଟ:-୦୩/୦୧ ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଜାନବିଲି ଠାରେ ଥିବା ଗୋଦାମ ପରିସରରେ ବ୍ଲକ ସ୍ତରର ପ୍ରଥମ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ତହସିଲଦାର ଲମ୍ବୋଦର ମାରାଣ୍ଡି ମଣ୍ଡି ର ଶୁଭାରମ୍ଭ କରିଥିବା ବେଳେ ଅତିଥି ଭାବରେ ଆସିକା ଉପ ସହକାରୀ ନିବନ୍ଧକ ନୃସିଂହ ନାଥ ପଣ୍ଡା,ଧରାକୋଟ ସମବାୟ ବ୍ୟାଙ୍କ ପରିଚାଳକ ସୁଜାତା ତ୍ରିପାଠୀ,ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ,ବ୍ଲକ କୃଷି ଅଧିକାରୀ ତଥା ନୋଡାଲ ଅଧିକାରୀ ବିଶ୍ଵନାଥ ବେହେରା, ନୋଡାଲ ଅଧିକାରୀ ଅନିଲ ବେହେରା,ରାଜସ୍ବ ନୀରିକ୍ଷକ ତଥା ସୁପର ଭାଇଯର ମନୋଜ ମାଝି,ରବୀନ୍ଦ୍ର ଗୌଡ଼ ଙ୍କ ସମେତ ସମସ୍ତ ସେବା ସମବାୟ ସଭାପତି ଉପସ୍ଥିତ ରହିଥିଲେ। ଧରାକୋଟ ବ୍ଲକର ୨୦ ଗୋଟି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ନିର୍ଦ୍ଧାରଣ ହୋଇଥିବା ବେଳେ ପ୍ରଥମ ଶୁଭାରମ୍ଭ ହୋଇଥିବା ଜାନିବିଲି ମଣ୍ଡିରେ ଧରାକୋଟ, ମୁଣ୍ଡମରାଇ,ଜଗମୋହନ, ବରଡାବିଲି ଓ ହରିପୁର ସମିତି ର ଚାଷୀମାନେ ଧାନ ବିକ୍ରୟ କରିବେ । ଅନ୍ୟ ୧୫ ଗୋଟି ମଣ୍ଡି ପର୍ଯ୍ୟକ୍ରମରେ ଆରମ୍ଭ ହେବ । ବ୍ଲକର ୬୬୯୦ ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜର ନାମ ପଞ୍ଜିକରଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ଚାଷୀଙ୍କ ଟୋକେନ ମିଳିପାରିନାହିଁ । ସରକାରୀ ଘୋଷଣା ମୁତାବକ ଏଫ ଏ କିଉଏ ମାନର ଧାନ ପାଇଁ କ୍ଵିଣ୍ଟାଲ ପିଛା ପ୍ରଥମେ ୨୩୦୦ ଟଙ୍କା ପ୍ରଦାନ କରାଯିବ । ଏହାପରେ ଇନପୁଟ ସହାୟତା ୮୦୦ ଟଙ୍କା ପ୍ରଦାନ କରାଯିବ। ମଣ୍ଡିରେ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ଟଙ୍କା ଯିବ । ଆଜିର କାର୍ଯ୍ୟକ୍ରମ ରେ ସମସ୍ତ ସମିତି ସମ୍ପାଦକ,ସହ ସମ୍ପାଦକ ଓ ଡି ଇ ଓ ମାନେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *