ଚୋରା ଶାଳକାଠ ବୋଝେଇ ପିକଅପ ଜବତ

ଚୋରା ଶାଳକାଠ ବୋଝେଇ ପିକଅପ ଜବତ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଭାଲୁଟାଙ୍ଗର ଶୀତଳବସା ରାସ୍ତାରେ ଏକ ଚୋରା ଶାଳକାଠ ବୋଝେଇ ପିକଅପ ଗାଡିକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି l ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ଅଂଚଳରୁ ପୂର୍ବାଞ୍ଚଳ ରେଞ୍ଜ ଦେଇ ଯାଜପୁର ଚୋରାକାଠ ବୋଝେଇ ଏକ ପିକଅପ ରେ ଯାଉଥିବାର ଖବର ପାଇ ବନବିଭାଗ ପାକ୍ଷରୁ ସତରକତା ଅବଲମ୍ବନ କରାଯାଇଥିଲ l ଚୋରା ଶାଳକାଠ ନୋଝେଇ ଗାଡି ଯାଉଥିବା ବେଳେ ବନ ବିଭାଗ ପୁଲିସ ଘଟଣାସ୍ଥଳରେ ଜଗି ରହିଥିଲେ l ଏହା ଜାଣିପାରି ଚୋରା କାଠ ବୋଝେଇ ଗାଡି ଦ୍ରୁତ ଗତିରେ ପଳାଉଥିବା ବେଳେ ଭାଲୁଟାଙ୍ଗର ଠାରେ ଓଲଟି ପଡିଥିଲା ପରେ ବନବିଭାଗ ପକ୍ଷରୁ ଗାଡିକୁ ଉଠାଇବାପରେ ତାକୁ ବିଭାଗୀୟ ଡାକ ବନବଙ୍ଗଳା ପରିସରକୁ ଅଣାଯାଇଛି l ଏହି ଗାଡ଼ିରେ ୭୨ ଘନ ଫୁଟ ଶାଳ କାଠ ହୋଇଥିବା ର ଜଣାପଡ଼ିଛି l

Leave a Reply

Your email address will not be published. Required fields are marked *