ଧର୍ମ ପରାୟଣ ବ୍ୟକ୍ତି ସ୍ବର୍ଗତ କୀର୍ତ୍ତନ ସ୍ବାଇଁ ଙ୍କ ପରଲୋକ ରେ ଶୋକ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଆଙ୍କୁର୍ଦ୍ଦା ଗ୍ରାମ ର ବୟୋଜ୍ୟେଷ୍ଠ ଧର୍ମପରାୟଣ ବ୍ୟକ୍ତି ଓ ସମାଜସେବୀ କୀର୍ତ୍ତନ ସ୍ବାଇଁ ଜାନୁୟାରୀ ମାସ ତିନି ତାରିଖ ଅପରାହ୍ନ ୧୨.୩୦ ମିନିଟ୍ ସମୟରେ ୮୦ ବର୍ଷ ବୟସ ରେ ହୃଦ୍ ଘାତ ରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି।ସେ ଜଣେ ଉଚ୍ଚ କୋଟୀର ରାଜମିସ୍ତ୍ରୀ, ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ।ଅଶ୍ବଖୋଲା ମଠ ତିଆରି ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହିମା ଗାଦି ଯୋରନ୍ଦା ମଠ, କପିଳାସ ପାହାଚ ନିର୍ମାଣ କରି ଥିଲେ।ରାଇତଳା ନାଚ କମିଟି ର ପରିଚାଳନା କରିଥିଲେ। ତାଙ୍କ ବିୟୋଗ ରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ମୁଖ୍ୟ ଉପଦେଷ୍ଟା ଡଃ ସମୀର କୁମାର ସାହୁ, ସମ୍ପାଦକ ତାପସ କୁମାର ରାଉତ , ଅବସର ପ୍ରାପ୍ତ ସିବିଆଇ ସ୍ବତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଗଁଦିଆ ବ୍ଳକ ରେ ତାଙ୍କ ବିୟୋଗ ରେ ଶୋକ ର ଛାୟା ଖେଳିଯାଇଛି।
