ମା ଦୁର୍ଗା ଶିକ୍ଷାନୁଷ୍ଠାନ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ
ବ୍ରହ୍ମପୁର ଆଜି। ଆସ୍କା ରୋଡ ପାଣିଗ୍ରାହୀ ପେଣ୍ଠ ସିମେଣ୍ଟ ରୋଡ ସାହି ସ୍ଥିତ ମା ଦୁର୍ଗା ଶିକ୍ଷାନୁଷ୍ଠାନ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶିଷ୍ଟ ସମାଜସେବୀ ତଥା ସରସ୍ଵତୀ ଶିଶୁ ମନ୍ଦିର ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳା ର ଶୁଭାରମ୍ଭ କରିଥିଲେ।ମୁଖ୍ୟ ବକ୍ତା ଭାବେ ମାନବିକ ଅଧିକାର ସଂଘର ଉପସଭାପତି କିରଣ କୁମାର ସାହୁ, ଅନ୍ୟତମ ଅତିଥିଭାବେ ବିଜେପି ନେତା ମଦନ ସାହୁ, ଚାରଟେଡ ଆକାଉଣ୍ଟ୍ ଟେଣ୍ଟ ପ୍ରଭାତ କିରଣ ସାହୁ, ଲଲିତ ମହାରଣା ଦର୍ଶନ ଟିଭି ସାମ୍ବାଦିକ ଅମିତ୍ କୁମାର ସାହୁ ଓ ରି ଇ ଓ ଟିଭି ସାମ୍ବାଦିକ ଲଡୁ କିଶୋର ପାତ୍ର, ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା ଶିଶୁ ମନ୍ଦିର ଗୁରୁଜୀ ଆଶିଷ କୁମାର ବେହେରା ମଞ୍ଚାସୀନ ଥିଲେ।ଏହି ମେଳା ରେ ୫୦ ରୁ ଉର୍ଦ୍ଧ ଶିଶୁ ପ୍ରକଳ୍ପ ରେ ଅଂଶ ଗ୍ରହଣ କରିଥିଲେ।ସମ୍ମାନୀତ ଅତିଥି ମାନେ ମେଳା କୁ ପ୍ରଦର୍ଶନ କରି ଛାତ୍ରୀ ମାନଙ୍କୁ ପ୍ରକଳ୍ପ ଆଧାରିତ କେତେକ ପ୍ରଶ୍ନ ପଚାରିଥିଲେ, ଏଥିରେ ଶିଶୁ ମାନେ ସୁନ୍ଦର ଭାବେ ଉତ୍ତର ଦେଇଥିଲେ, ଅନୁଷ୍ଠାନର ଗୁରୁମା ଯେ.ରଶ୍ମି ଆଚାରୀ, ମେନକା ବେହେରା ସହଯୋଗ କରିଥିଲେ।ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସୂର୍ଯ୍ୟ କିରଣ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ
