ବ୍ରିଜ ସୁରକ୍ଷା ବାଡ଼ରେ ପିଟି ହୋଇ ନଦୀ ଭିତରକୁ ଖସିଲା ବାଇକ, ଆରୋହୀ ମୃତ

-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଆଳତୁମା ଗାଁ ରାମିଆଳ ନଦୀ ବ୍ରିଜ ତଳକୁ ଖସି ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ତାଳଚେର ସେଣ୍ଟ୍ରାଲ କଲୋନୀର ଅନିଶ କ୍ୟୁରେଷି। ଅନିଶ ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ନିଜ ସାଙ୍ଗ ଏମ୍ଡି ଇସ୍ମାଇଲଙ୍କ ସହିତ ଢେଙ୍କାନାଳରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଆଳତୁମା ଗାଁ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ସୁରକ୍ଷା ବାଡ଼ରେ ପିଟି ହୋଇ ନଦୀ ଭିତରକୁ ଖସି ପଡ଼ିଥିଲେ। ଏଥିସହିତ ସାଥିରେ ଥିବା ସାଙ୍ଗ ଜଣଙ୍କ ଛିଟିକି ହୋଇ ଖସି ପଡ଼ିଥିଲେ। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ଉଭୟ ବାଇକ ଚାଳକଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଅନିଶଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ କାମାକ୍ଷାନଗର ପୋଲିସ ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *